ବାଂଲାଦେଶୀଙ୍କୁ ପାକିସ୍ତାନ କାହିଁକି ମୁସଲମାନ ବୋଲି ମାନେ ନାହିଁ ?

yusuf bangladesh

ଇସଲାମିକ ଭାଇଚାରା ନାମରେ ଏବେ ବାଂଲାଦେଶ, ମୋହମ୍ମଦ ଯୁନୁସଙ୍କ ନେତୃତ୍ୱରେ, ପାକିସ୍ତାନ ସହ ନିକଟତା ବଢାଇବାକୁ ଚେଷ୍ଟା କରୁଛି। କିନ୍ତୁ ପାକିସ୍ତାନୀ ମୁସଲମାନମାନେ ପୂର୍ବ ପାକିସ୍ତାନ (ବାଂଲାଦେଶ)ର ମୁସଲମାନମାନଙ୍କୁ କେବେ ମଧ୍ୟ ପ୍ରକୃତ ମୁସଲମାନ ବୋଲି ଗ୍ରହଣ କରିନାହାନ୍ତି। ସେମାନଙ୍କୁ ‘ଧର୍ମାନ୍ତରିତ’ ବୋଲି କହି ଦ୍ୱିତୀୟ ଶ୍ରେଣୀର ମୁସଲମାନ ବୋଲି ବିବେଚନା କରାଯାଉଥିଲା। ସେମାନଙ୍କ ପ୍ରତି କେବଳ ତାଚ୍ଛଳ୍ୟ ଓ ଅବଜ୍ଞା ଥିଲା। ସେମାନଙ୍କୁ ‘ଅକୃତଜ୍ଞ’ ବୋଲି ଅବିଭାଜିତ ପାକିସ୍ତାନର ମୁସଲମାନ କହୁଥିଲେ । ପଶ୍ଚିମ ପାକିସ୍ତାନୀ ମୁସଲମାନମାନେ କହୁଥିଲେ ଯେ, ଏମାନଙ୍କ ପାଇଁ ଯାହା କିଛି କଲେ ମଧ୍ୟ ଏମାନେ କୃତଜ୍ଞତା ଦେଖାଇବେ ନାହିଁ । ସେମାନେ କେବଳ ଅଭିଯୋଗ ହିଁ କରନ୍ତି।

୨୦୨୪ ଅଗଷ୍ଟରେ ଶେଖ ହାସିନାଙ୍କ ପ୍ରଧାନମନ୍ତ୍ରୀ ପଦରୁ ଅପସାରଣ ପରେ ମୋହମ୍ମଦ ଯୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଛି। ପାକିସ୍ତାନ ଓ ଚୀନ ପରି ଘୋଷିତ ଶତ୍ରୁଙ୍କ ସହ ନିକଟତା ବଢାଇବା ପାଇଁ ଯୁନୁସ ଭାରତର ପୂର୍ବୋତ୍ତରର ସାତଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ସମ୍ପର୍କରେ ଅଯଥା ବୟାନବାଜୀ କରୁଛନ୍ତି। ବାସ୍ତବରେ, ଯୁନୁସ ଭାରତକୁ ଟାର୍ଗେଟ କରିବା ପାଇଁ ଚୀନ-ପାକିସ୍ତାନ ସହ ବାଂଲାଦେଶର ମେଣ୍ଟ ଗଢିବାକୁ ଚେଷ୍ଟା କରୁଛନ୍ତି।

ୟୁସୁଫ ଓ ତାଙ୍କ ବଚସ୍କର ଏହା ଭୁଲିଗଲେଣି ଯେ, ପାକିସ୍ତାନ ଅସ୍ତିତ୍ୱରେ ଆସିବା ପରେ ପୂର୍ବ ପାକିସ୍ତାନର ନିରନ୍ତର ଶୋଷଣ ଓ ଦୋହନ କରାଯାଇଥିଲା। ଭାରତ ବିରୋଧରେ ଅନ୍ଧ ଭାବେ ସକ୍ରିୟ ଥିବା ଯୁନୁସ ବାଂଲାଦେଶର ସ୍ୱାଧିନତା ପୂର୍ବରୁ ପୂର୍ବ ପାକିସ୍ତାନରେ ପଶ୍ଚିମ ପାକିସ୍ତାନୀ ସୈନ୍ୟ ଓ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ନରସଂହାର, ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଏବଂ ଲୁଟପାଟ ପରି ଲଜ୍ଜାଜନକ ଓ ଅକ୍ଷମଣୀୟ ପାପକୁ ଭୁଲି ଯାଇଛନ୍ତି। ସେ ଏହା ମଧ୍ୟ ମନେ ପକାଇବାକୁ ଚାହୁଁନାହାନ୍ତି ଯେ ମୁସଲମାନ ହେବା ସତ୍ତ୍ୱେ ପଶ୍ଚିମ ପାକିସ୍ତାନୀ ମୁସଲମାନମାନଙ୍କ ଦୃଷ୍ଟିରେ ସେମାନେ ପଛୁଆ ଓ ନିମ୍ନ ଶ୍ରେଣୀର ଅଟନ୍ତି ଏବଂ ସାମାଜିକ ଓ ସାଂସ୍କୃତିକ ସ୍ତରରେ ବଡ଼ ବିଭେଦ ହେତୁ ସମାନତାର ଅଧିକାରୀ ନୁହନ୍ତି।

ପାକିସ୍ତାନରେ ସବୁବେଳେ ଅପରିଚିତ
୧୯୪୭ରେ ପାକିସ୍ତାନ ଅସ୍ତିତ୍ୱରେ ଆସିବା ସମୟରେ ଧାର୍ମିକ ଉନ୍ମାଦରେ ପଶ୍ଚିମ ଓ ପୂର୍ବ ପାକିସ୍ତାନ ଏକାଠି ହୋଇଥିଲେ । ଗୋଟିଏ ଧର୍ମର ଅନୁଗାମୀ ହେବା ସତ୍ତ୍ୱେ ଉଭୟ ଅଞ୍ଚଳର ଜନସଂଖ୍ୟା ମଧ୍ୟରେ କୌଣସି ନିକଟତା କିମ୍ବା ସମାନତା ନଥିଲା। ଭାଷା, ପୋଷାକ, ଜୀବନଶୈଳୀ ଓ ସାମାଜିକ-ସାଂସ୍କୃତିକ ସ୍ତରରେ ଉଭୟଙ୍କ ମଧ୍ୟରେ ଥିବା ଦୂରତ୍ୱ ସେମାନଙ୍କୁ ସବୁବେଳେ ଅଲଗା ରଖିଥିଲା।

ବାସ୍ତବରେ, ଜିନ୍ନାଙ୍କ ଜୀବନ କାଳରେ ଉର୍ଦୁକୁ ସମଗ୍ର ପାକିସ୍ତାନର ଭାଷା କରିବାର ନିଷ୍ପତ୍ତି ପୂର୍ବ ପାକିସ୍ତାନର ମୁସଲମାନମାନଙ୍କୁ ଅସନ୍ତୁଷ୍ଟ କରିଥିଲା। ବାଂଲାଦେଶ ୧୯୭୧ରେ ଅସ୍ତିତ୍ୱରେ ଆସିଥିଲା। କିନ୍ତୁ ତା’ ପୂର୍ବରୁ ପାକିସ୍ତାନର ରାଷ୍ଟ୍ରପତି ଥିବା ମୋହମ୍ମଦ ଆୟୁବ (୧୯୫୮-୧୯୬୯) କହିଥିଲେ, “ଯଦି ମୋର ଇଚ୍ଛା ପୂରଣ ହୋଇଥାନ୍ତା, ତେବେ ୧୯୬୨ରେ ନୂଆ ସଂବିଧାନ ଲାଗୁ ହେବା ସମୟରେ ମୁଁ ପୂର୍ବ ବଙ୍ଗାଳକୁ କହିଥାନ୍ତି ଯେ ସେମାନେ ଚାହିଁଲେ ଆମଠାରୁ ଅଲଗା ହୋଇପାରନ୍ତି, କାରଣ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଏକାଠି ରଖିବାର କୌଣସି ଅର୍ଥ ନାହିଁ। ମୋର ଯୋଜନା ଥିଲା ସେମାନଙ୍କୁ ସିଧାସଳଖ ପଚାରିବା ଯେ ସେମାନେ ଅଲଗା ହେବାକୁ ଚାହୁଁଛନ୍ତି କି? ଯଦି ସେମାନେ ‘ହଁ’ କହିଥାନ୍ତେ, ଏହି ମାମଲା ସେଠାରେ ଶେଷ ହୋଇଯାଇଥାନ୍ତା, କିନ୍ତୁ କିଛି ଜିନିଷ ମଝିରେ ଆସିଯିବାରୁ ମୁଁ ଏହି ଯୋଜନାକୁ ଆଗେଇ ନେଇପାରିନଥିଲି।”

ଓହୋ, ସେହି ବଙ୍ଗାଳୀ!
ବାସ୍ତବରେ, ପଶ୍ଚିମ ପାକିସ୍ତାନୀ ମୁସଲମାନମାନେ ପୂର୍ବ ବଙ୍ଗାଳର ମୁସଲମାନମାନଙ୍କୁ ସାମାଜିକ ଭାବେ କେବେ ମଧ୍ୟ ନିଜ ସମସ୍କନ୍ଧ ଯୋଗ୍ୟ ବୋଲି ବିବେଚନା କରିନାହାନ୍ତି। ଏକଜୁଟ ପାକିସ୍ତାନ ସମୟରେ ଏହି ମୁସଲମାନମାନେ କେବଳ “ଓହୋ, ସେହି ବଙ୍ଗାଳୀ” ବୋଲି ସମ୍ବୋଧିତ ହେଉଥିଲେ। ସେମାନଙ୍କୁ ଅକୃତଜ୍ଞ ବୋଲି ଗଣାଯାଉଥିଲା। କୁହାଯାଉଥିଲା ଯେ ଏମାନଙ୍କ ପାଇଁ ଯାହା କିଛି କରାଯାଉ, ସେମାନେ କେବଳ ଅଭିଯୋଗ ହିଁ କରିବେ। ସେମାନଙ୍କୁ ଅକ୍ଷମ ଓ ଅଳସୁଆ ବୋଲି ବିବେଚନା କରାଯାଉଥିଲା। ୧୧ ବର୍ଷ ପାକିସ୍ତାନର ରାଷ୍ଟ୍ରପତି ଥିବା ଆୟୁବ ଖାନ ପୂର୍ବ ପାକିସ୍ତାନର ମୁସଲମାନମାନଙ୍କ ତୁଳନାରେ ସେଠାକାର ହିନ୍ଦୁମାନଙ୍କୁ ଉତ୍ତମ ବୋଲି ମାନୁଥିଲେ।

ପ୍ରଖ୍ୟାତ ସାମ୍ବାଦିକ କୁଲଦୀପ ନୟାରଙ୍କୁ ଆୟୁବ ଖାନ କହିଥିଲେ, “ମୁଁ ଢାକାରେ ବସୁଥିବା ହିନ୍ଦୁମାନଙ୍କୁ କହୁଥିଲି ଯେ ଯଦି ସେମାନେ ମୁସଲମାନ ହୋଇଥାନ୍ତେ, ତେବେ କେତେ କିଛି କରାଯାଇପାରିଥାନ୍ତା!” ଆୟୁବଙ୍କର ପୂର୍ବ ପାକିସ୍ତାନୀ ମୁସଲମାନମାନଙ୍କ ପ୍ରତି ଅଭିଯୋଗ ଥିଲା, “ପାକିସ୍ତାନ ବଙ୍ଗାଳୀମାନଙ୍କ ବିକାଶ ଓ ରୋଜଗାର ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲା। କିନ୍ତୁ ପୂର୍ବ ପାକିସ୍ତାନରେ ଯେତେବେଳେ କୌଣସି ଶିଳ୍ପ ସ୍ଥାପନ କରାଯାଇଥିଲା, ସେତେବେଳେ ସ୍ଥାନୀୟ ପରିଚାଳନା କ୍ଷମତା, ଦକ୍ଷତା ଓ ପରିଶ୍ରମୀ ଲୋକଙ୍କର ଅଭାବ ଦେଖାଯାଇଥିଲା। ବଙ୍ଗାଳୀମାନଙ୍କ ମଧ୍ୟରେ ଯଦି ବି ପ୍ରତିଭା ଥିଲା, ତେବେ ତାହା କେବଳ ହିନ୍ଦୁ ବଙ୍ଗାଳୀମାନଙ୍କ ମଧ୍ୟରେ ଥିଲା।”

କେବଳ ଧର୍ମାନ୍ତରିତ!
ତେବେ ଏହା ମଧ୍ୟ ସର୍ବବିଦିତ ଯେ, ପୂର୍ବ ପାକିସ୍ତାନର ଏହି ହିନ୍ଦୁ ବଙ୍ଗାଳୀମାନଙ୍କ ଉପରେ ଇଂରେଜ ଶାସନ କାଳରୁ ହିଁ ସବୁଠାରୁ ଅଧିକ ଅତ୍ୟାଚାର କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ସଂଖ୍ୟଲଘୁ ହେବା ହେତୁ ସାମ୍ପ୍ରଦାୟିକ ହିଂସାରେ ସେମାନଙ୍କର ନରସଂହାର, ଜବରଦସ୍ତ ଧର୍ମାନ୍ତରଣ ଏବଂ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥିଲା। ପାକିସ୍ତାନର ଅଂଶ ଥିବା ସମୟରେ ପ୍ରତ୍ୟେକ ସ୍ତରରେ ସେମାନେ ଉପେକ୍ଷିତ ଓ ପ୍ରତାଡ଼ିତ ହୋଇଥିଲେ। ୧୯୭୧ର ଯୁଦ୍ଧରେ ସେମାନଙ୍କୁ ସବୁଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥିଲା।

ଯୁନୁସଙ୍କ ବର୍ତ୍ତମାନର ଅନ୍ତରୀଣ ସରକାର ସମୟରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପୁରୁଣା ଇତିହାସ ପୁଣି ଥରେ ପୁନରାବୃତ୍ତି ହେଉଛି। ପାକିସ୍ତାନୀ ସେନାର ଅତ୍ୟାଚାର, ସେଥିରୁ ରକ୍ଷା କରିବା ପାଇଁ ଭାରତୀୟ ସେନାର ବଳିଦାନ ଏବଂ ବାଂଲାଦେଶ ନିର୍ମାଣରେ ଭାରତର ଐତିହାସିକ ଭୂମିକାକୁ ଯୁନୁସ ଓ ତାଙ୍କ ଦେଶର କଟ୍ଟରପନ୍ଥୀ ଇସଲାମିକ ଶକ୍ତିମାନେ ଭୁଲି ଯାଇଛନ୍ତି।

ବର୍ତ୍ତମାନ ସେମାନେ ପାକିସ୍ତାନ ଓ ଚୀନ ସହ ନିକଟତା ବଢାଉଛନ୍ତି। ଇସଲାମ ନାମରେ ସେମାନଙ୍କୁ ପାକିସ୍ତାନର ପକ୍ଷରେ ଠିଆ ହେବା ଜରୁରୀ ମନେ ହେଉଛି। କିନ୍ତୁ ପଞ୍ଜାବୀ ମୁସଲମାନମାନେ ଏହି ବଙ୍ଗାଳୀ ମୁସଲମାନମାନଙ୍କୁ କେଉଁ ପ୍ରକାରର ମୁସଲମାନ ବୋଲି ବିବେଚନା କରନ୍ତି, ତାହା ନୟାର ତାଙ୍କର ଅନେକ ପାକିସ୍ତାନ ଯାତ୍ରାରୁ ଅନୁଭବ କରିଥିଲେଯ । ଯାହାକୁ ସେ ଏମିତି କହିଥିଲେ, “ବଙ୍ଗାଳୀ ମୁସଲମାନମାନେ ବଙ୍ଗାଳୀ ହିନ୍ଦୁମାନଙ୍କ ତୁଳନାରେ ପଶ୍ଚିମ ପାକିସ୍ତାନୀ ମୁସଲମାନମାନଙ୍କୁ ଅଧିକ ଅପସନ୍ଦ କରନ୍ତି। ସେହିପରି ଚିନ୍ତାଧାରା ପଶ୍ଚିମ ପାକିସ୍ତାନୀ ମୁସଲମାନମାନଙ୍କର ବଙ୍ଗାଳୀ ମୁସଲମାନମାନଙ୍କ ପ୍ରତି ରହିଛି। ସେମାନେ ଏହି ବଙ୍ଗାଳୀ ମୁସଲମାନମାନଙ୍କୁ ପ୍ରକୃତ ମୁସଲମାନ ବୋଲି ମାନନ୍ତି ନାହିଁ। ସେଠାରେ ଏହା ସାଧାରଣତଃ ଶୁଣାଯାଏ – ସେମାନେ ପ୍ରକୃତ ମୁସଲମାନ ନୁହନ୍ତି। ସେମାନେ କେବଳ ଧର୍ମାନ୍ତରିତ।”

Leave a Reply

Your email address will not be published. Required fields are marked *