ଯୁଦ୍ଧ ହେଉ କି ଆଉକିଛି,ଭାରତର ଏହି ପଡ଼ୋଷୀ ସବୁବେଳେ ଥାଏ ‘ନିରବ’ !

ଦୁନିଆରେ ପ୍ରଳୟ ଆସୁ କି ଯୁଦ୍ଧ ହେଉ । ଏହି ଦେଶକୁ କିଛି ଫରକ ପଡେନା । ଏହି ଦେଶ କୌଣସି ପ୍ରସଙ୍ଗରେ ମୁହଁ ଖୋଲେନାହିଁ । ଏହା ନିରବତାକୁ ନିଜ କୂଟନୈତିକ ଅସ୍ତ୍ର କିଛି । ଏହି ଦେଶର ନାମ ହେଉଛି ଥାଇଲ୍ୟାଣ୍ଡ। ଭାରତ ଥାଇଲ୍ୟାଣ୍ଡ ସହିତ ନିଜର ସାମୁଦ୍ରିକ ସୀମା ହିସାବ କରେ, କିନ୍ତୁ ତା’ ସତ୍ତ୍ୱେ ଥାଇଲ୍ୟାଣ୍ଡ ଭାରତ-ପାକିସ୍ତାନ ବିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

ଥାଇଲ୍ୟାଣ୍ଡକୁ ଏକ ପର୍ଯ୍ୟଟନ ଦେଶ ବୋଲି ବିବେଚନା କରାଯାଏ। ଏଠାରେ ସବୁଠାରୁ ଅଧିକ ବୌଦ୍ଧ ସମୁଦାୟର ଲୋକ ବାସ କରନ୍ତି, ଯେଉଁମାନେ ଶାନ୍ତ ସ୍ୱଭାବର ବୋଲି ପରିଚିତ। କୁହାଯାଏ ଯେ ଏହି କାରଣରୁ ଥାଇଲ୍ୟାଣ୍ଡର ଲୋକେ କୌଣସି ବିବାଦରେ ପଡ଼ିବାକୁ ଚାହାନ୍ତି ନାହିଁ । ତେଣୁ ସେମାନେ ପାଟି ଖୋଲନ୍ତି ନାହିଁ । କାରଣ ପାଟି ଖୋଲିଲେ ବିବାଦର ଆଶଙ୍କା ଥାଏ ।

ଭାରତ-ପାକ ବିବାଦରେ ଥାଇଲ୍ୟାଣ୍ଡର ନୀରବତା

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦରେ ଥାଇଲ୍ୟାଣ୍ଡ ସମ୍ପୂର୍ଣ୍ଣ ନୀରବ ରହିଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପି. ଶିନାୱାତ୍ରା ପହଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିଲେ, କିନ୍ତୁ ଆକ୍ରମଣ ଉପରେ ଚୁପ ରହିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମାଇବା ପାଇଁ ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଦେଶମାନେ ବୟାନ ଦେଇଥିଲେ, କିନ୍ତୁ ଥାଇଲ୍ୟାଣ୍ଡ ଏହି ପୂରା ମାମଲାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛି।

ତେବେ, ଏହା ପ୍ରଥମ ନୁହେଁ ଯେ ଥାଇଲ୍ୟାଣ୍ଡ କୌଣସି ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ଉପରେ ମନ୍ତବ୍ୟ ଦେଇନାହିଁ। ଥାଇଲ୍ୟାଣ୍ଡ ଅନେକ ବଡ଼ ମାମଲାରେ ନୀରବ ରହିଛି, ଯେଉଁଥିରେ ଚୀନ-ଜାପାନ ଏବଂ ଚୀନ-ତାଇୱାନ ମଧ୍ୟରେ ଉତ୍ତେଜନା ମୁଖ୍ୟତଃ ଅନ୍ତର୍ଭୁକ୍ତ।

ପ୍ରଶ୍ନ: ଥାଇଲ୍ୟାଣ୍ଡ ଏପରି କାହିଁକି କରେ?

‘ଦ ଡିପ୍ଲୋମାଟ’ ଥାଇଲ୍ୟାଣ୍ଡର ନୀରବ ବୈଦେଶିକ ନୀତି ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହା ଅନୁସାରେ, ଥାଇଲ୍ୟାଣ୍ଡ ତା’ ଦେଶରେ ପ୍ରଚଳିତ ଏକ ଢଗ ‘କୁକୁର ଶୋଇଛି ତ ଶୋଇବାକୁ ଦିଅ’ ଫର୍ମୁଲା ଉପରେ ବୈଦେଶିକ ନୀତି ପ୍ରସ୍ତୁତ କରିଛି। ଥାଇଲ୍ୟାଣ୍ଡ ନା କାହାକୁ ଅତି ଭଲ ବନ୍ଧୁ କରିବାକୁ ଚାହେଁ ନା କାହାକୁ ଶତ୍ରୁ କରିବାକୁ। ଏହାର ମୁଖ୍ୟ କାରଣ ହେଉଛି ଥାଇଲ୍ୟାଣ୍ଡର ପର୍ଯ୍ୟଟନ ନୀତି। ଥାଇଲ୍ୟାଣ୍ଡ ଜାଣେ ଯେ ଯଦି ସେ ଗୋଟିଏ ଦେଶକୁ ବନ୍ଧୁ କରେ, ତେବେ ଅନ୍ୟ ଦେଶ ତା’ ସହ ଶତ୍ରୁତା କରିବ। ଏପରି ପରିସ୍ଥିତିରେ ତା’ର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚିବ।

ଥାଇଲ୍ୟାଣ୍ଡର ପର୍ଯ୍ୟଟନ ବ୍ୟବସାୟ ପ୍ରାୟ ୬୧,୩୨୨ ମିଲିୟନ ଆମେରିକୀୟ ଡଲାରର। ଦେଶର ଅଧିକାଂଶ ରାଜସ୍ୱ ଏଥିରୁ ଆସେ। ଯଦି ଥାଇଲ୍ୟାଣ୍ଡର ପର୍ଯ୍ୟଟନ ବ୍ୟବସାୟ ବିଗିଡ଼ିଯାଏ, ତେବେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପାରେ। ତେଣୁ ଥାଇଲ୍ୟାଣ୍ଡ କୌଣସି ଦେଶ ସହ ବିବାଦରେ ଜଡ଼ିତ ହୁଏ ନାହିଁ। ତେଣିକି ମାମଲା ବଡ଼ ହେଉ କି ଛୋଟ, ଥାଇଲାଣ୍ଡ ନୀରବ ହିଁ ରହେ।

Leave a Reply

Your email address will not be published. Required fields are marked *