ଜ୍ୟୋତିଙ୍କ ସହ ଲିଙ୍କ୍ କାରଣରୁ ଓଡ଼ିଶାର ପ୍ରିୟଙ୍କା ପୋଲିସ ରାଡାରରେ,ଯାଇଥିଲେ ପାକିସ୍ତାନ

priynka senapati

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା । ସେଣ୍ଟ୍ରାଲ ଇଣ୍ଟେଲ୍ଲୀଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲୀଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ଏ ନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମକୁ ଲିଡ଼ କରୁଛନ୍ତି । ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ। ନ୍ୟାସନ୍ୟାଲ ସିକ୍ୟୁରିଟି ଇସ୍ୟୁ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି । ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ’ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଆରମ୍ଭ ହୋଇଛି ଛାନବିନ। ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ନିର୍ଦ୍ଦେଶ ରହିଛି ।

ଜ୍ୟୋତିଙ୍କ ସହ ୯ ମାସର ସମ୍ପର୍କ

ଅନ୍ୟପକ୍ଷରେ ଜ୍ୟୋତିଙ୍କ ପିତା ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଜ୍ୟୋତି ତାଙ୍କ ଘରକୁ ଆସିଥିଲେ । ପୁରୀ ବୁଲିବାରେ ତାଙ୍କ ଝିଅ ପ୍ରିୟଙ୍କା ଜ୍ୟୋତିକୁ ସାହାଯ୍ୟ କରିଥିଲେ । ସେତେବେଳେ ତାଙ୍କ ମନରେ କୌଣସି ସନ୍ଦେହ ହୋଇନଥିଲା । ଗତ ୮ରୁ ୯ ମାସ ହେଲା ଜ୍ୟୋତିଙ୍କ ସମ୍ପର୍କରେ ପ୍ରିୟଙ୍କା ଥିଲେ ବୋଲି ତାଙ୍କ ବାପା କହିଛନ୍ତି ।

ପାକିସ୍ତାନ ଯାଇଥିଲେ ପ୍ରିୟଙ୍କା

ଜ୍ୟୋତିଙ୍କ ବାପାଙ୍କ ଅନୁସାରେ ପ୍ରିୟଙ୍କା ପାକିସ୍ତାନ ଯାଇଥିଲେ । ସେ ଦିନିକିଆ ଭିସାରେ ପାକିସ୍ତାନ ସ୍ଥିତ କରତାରପୁର ଯାଇଥିଲେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, କରତାରପୁର ସିଖମାନଙ୍କ ଧାର୍ମିକ ସ୍ଥଳି । ପ୍ରିୟଙ୍କା ଗୋଟିଏ ଦିନ ପାଇଁ ପାକିସ୍ତାନ ଯାଇ ଫେରି ଆସିଥିଲେ ବୋଲି ତାଙ୍କ ବାପା କହିଛନ୍ତି ।

Leave a Reply

Your email address will not be published. Required fields are marked *