ଜାଣନ୍ତୁ,ଲସ୍କର କେମିତି ନୂଆ ଚେହେରା ପଛରେ ରହି ଖେଳୁଛି ପୁରୁଣା ଖେଳ

ଲସ୍କର-ଏ-ତୈୟବା… ଏହି ଭୟଙ୍କର ଆତଙ୍କବାଦୀ ସଂଗଠନ । ଆମେରିକାଠାରୁ ଭାରତ ଯାହାକୁ ପ୍ରତିବନ୍ଧିତ କରିଛନ୍ତି, ଯିଏ ସାରା ବିଶ୍ୱରେ ଆତଙ୍କର ପର୍ଯ୍ୟାୟ ହୋଇଛି,ଏବେ ସେଇ ସଂଗଠନ ନୂଆ ଫ୍ରଣ୍ଟ ଆଳରେ ଆତଙ୍କବାଦର ଖେଳ ଖେଳୁଛି। ପୂର୍ବରୁ ହାଫିଜ ମହମ୍ମଦ ସଈଦ ଏବଂ ଏବେ ତା’ ପୁଅ ତଲହା ସଈଦ, ଯିଏ ଧୀରେ ଧୀରେ ବାପା ପାଦଚିହ୍ନ ଅନୁସରଣ କରୁଛି, ସଂଗଠନରେ ତା’ର ଦଖଲ ଏବଂ ଭୂମିକା ନିରନ୍ତର ବୃଦ୍ଧି ପାଉଛି। ଲସ୍କରରେ ଅପରେସନର ନେତୃତ୍ୱ ନେଇଥିବା ଜକି-ଉର-ରହମାନ ଲଖଭୀ ୨୦୦୮ର ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ। ହମଲା ପରେ ସେ ଗିରଫ ହୋଇଥିଲା, କିନ୍ତୁ ୨୦୧୫ରେ ଜାମିନରେ ମୁକୁଳିଥିଲା ଏବଂ ପରେ ୨୦୨୧ରେ ତାଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ମିଳିଥିଲା।

ଲଖଭୀ ସଂଗଠନର ସାମରିକ ଅଭିଯାନ, ତାଲିମ ଶିବିର ଏବଂ ହମଲାର ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରେ। ସଂଗଠନର ଅନ୍ୟ ବରିଷ୍ଠ ସଦସ୍ୟମାନେ ମଧ୍ୟ କମ ଖତରନାକ ନୁହନ୍ତି। ଆସନ୍ତୁ ଜାଣିବା ଲସ୍କରର ପ୍ରମୁଖ ଆତଙ୍କ ଚେହେରାଙ୍କ ବାବଦରେ ।

ସାଜିଦ ମୀର ଉର୍ଫ ସୈଫୁଲ୍ଲାହ ସାଜିଦ ଜଟ୍ଟ: ୨୬/୧୧ର ମୁଖ୍ୟ ଯୋଜନାକାରୀ ଏବଂ ମାଷ୍ଟରମାଇଣ୍ଡ, ଆଜି ମଧ୍ୟ ଫେରାର ଅଛି ଏବଂ ଏଫବିଆଇର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ଅଛି। ତା’ର ମୁଖ୍ୟ ଧ୍ୟାନ ଅନ୍ତର୍ଜାତୀୟ ନେଟୱାର୍କ ତିଆରି ଏବଂ ଲସ୍କର ପାଇଁ ନୂଆ ପିଆଦା ଯୋଗାଡ଼ ଉପରେ ରହିଛି।

ମହମ୍ମଦ ୟାହୟା ମୁଜାହିଦ: ଲସ୍କରର ମିଡିଆ ମୁଖ୍ୟ ତଥା ମୁଖପାତ୍ର, ଯିଏ ପ୍ରୋପାଗାଣ୍ଡା ଏବଂ ଜନସାଧାରଣଙ୍କ ପାଇଁ ବାର୍ତ୍ତା ପରିଚାଳନା କରେ।

ହାଜୀ ମହମ୍ମଦ ଅଶରଫ: ଆର୍ଥିକ ମୁଖ୍ୟ, ଯିଏ ଚାନ୍ଦା, ହବାଲା ଏବଂ ଅର୍ଥ ସଂଗ୍ରହ ନେଟୱାର୍କ ପରିଚାଳନା କରେ, ଖାସକରି ଜମାତ-ଉଦ-ଦାୱା ଜହୁଁ ଫ୍ରଣ୍ଟ ସଂଗଠନ ମାଧ୍ୟମରେ।

ଆରିଫ କାସମାନୀ: ଅନ୍ୟ ଆତଙ୍କବାଦୀ ସଂଗଠନମାନଙ୍କ ସହ ସମନ୍ୱୟର ଦାୟିତ୍ୱ ନେଇଛି। ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନମାନଙ୍କ ସହ ସମ୍ପର୍କ ବଜାୟ ରଖିବାରେ ସେ ପାରଙ୍ଗମ।

ଜାଫର ଇକବାଲ: ଲସ୍କରର ସହ-ପ୍ରତିଷ୍ଠାତା, ବୈଚାରିକ ତାଲିମ ଏବଂ ଜିହାଦୀ ମନୋବୃତ୍ତି ବିସ୍ତାରରେ ସକ୍ରିୟ, ମାଇଣ୍ଡ ୱାସରେ ମାହିର।

ଏହା ପରେ ଆସନ୍ତି କମାଣ୍ଡର ଏବଂ ଅପରେଟିଭମାନେ, ଯେଉଁମାନେ ମଧ୍ୟ କମ ଖତରନାକ ନୁହନ୍ତି। ୨୦୨୫ର ପହଲଗାମ ହମଲାରେ ଆଦିଲ ଠୋକରର ନାମ ସାମ୍ନାକୁ ଆସିଥିଲା, ଯିଏ ପାକିସ୍ତାନରେ ତାଲିମ ପାଇଥିବା ଏକ ସ୍ଥାନୀୟ ଆତଙ୍କବାଦୀ, ଯିଏ ଦେଖାଇଥିଲା କିପରି ମଧ୍ୟମ-ସ୍ତରୀୟ ଆତଙ୍କବାଦୀମାନେ ମଧ୍ୟ ବଡ଼ ହମଲା କରିପାରନ୍ତି।

ଫ୍ରଣ୍ଟ ସଂଗଠନମାନଙ୍କ ଆଢୁଆଳରେ ଚାଲୁଛି ଆତଙ୍କବାଦୀ ଖେଳ

ଜମାତ-ଉଦ-ଦାୱା :  ଲସ୍କରର ଚାରିଟେବୁଲ ଚେହେରା, ଯାହା ବିଦ୍ୟାଳୟ, ହସ୍ପିଟାଲ ଏବଂ ରିଲିଫ ଶିବିରର ଆଢୁଆଳରେ ଲୋକଙ୍କୁ ଭୁଆଁ ବୁଲାଇଥାଏ। ଜାତିସଂଘ ଏବଂ ଆମେରିକା ଏହାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି।

ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ, ଆଲ ମଦୀନା ଏବଂ ଏସାର ଫାଉଣ୍ଡେସନ ଭଳି ନାମଗୁଡ଼ିକ ଜମାତ-ଉଦ-ଦାୱା ଉପରେ ନିଷେଧାଦେଶ ପରେ ସାମ୍ନାକୁ ଆସିଛି, ଯାହାର ପ୍ରକୃତ କାମ ସେହି ସମାନ ଅଟେ—ଆତଙ୍କବାଦୀ ନେଟୱାର୍କକୁ ଜୀବନ୍ତ ରଖିବା।

ମିଲ୍ଲି ମୁସଲିମ ଲୀଗ, ଲସ୍କରର ରାଜନୈତିକ ଶାଖା, ଯାହା ପାକିସ୍ତାନର ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଛି ଏବଂ ଆମେରିକା ଏହାକୁ ମଧ୍ୟ ନିଷେଧ କରିଛି।

ଅର୍ଥ କେଉଁଠୁ ଆସେ?

ସୂତ୍ର ଅନୁଯାୟୀ, ଜମାତ-ଏ-ଇସଲାମୀର ଉପ-ମହାଦେଶୀୟ ହବାଲା ନେଟୱାର୍କ ଭାରତ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ପର୍ଯ୍ୟନ୍ତ ବିସ୍ତାରିତ, ଯେଉଁଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଡ଼ ହୋଇଥାଏ ।

Leave a Reply

Your email address will not be published. Required fields are marked *