ମୁଲ୍ଲା ଜେନେରାଲ ଆସିମ ମୁନୀର ଅପରେସନ ସିନ୍ଦୁର ବିରୁଦ୍ଧରେ ‘ବୁନୟାନ ଅଲ ମରସୁସ’ ଘୋଷଣା କରି ପାକିସ୍ତାନକୁ ବିପଦରେ ପକାଇ ଦେଇଛନ୍ତି। କଥା ଅନୁସାରେ ଏହା ଭାରତ ବିରୋଧରେ ହେଲେ ମଧ୍ୟ ଏହାର ପରିଣାମ ପାକିସ୍ତାନର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ। ମୁଲ୍ଲା ଜେନେରାଲ କିଛି ଦିନ ପୂର୍ବେ ଇସ୍ଲାମାବାଦରେ ଦେଇଥିବା ଭାଷଣ ଅନୁସାରେ ଏହି ଅପରେସନର ନାମକରଣ କରିଛନ୍ତି। ଇସ୍ଲାମରେ ବୁନୟାନ ଅଲ ମରସୁସର ବେଶ ଗୁରୁତ୍ୱ ରହିଛି। କୁରାନର ସୁରା ୬୧-୪ରେ ଏହାର ଉଲ୍ଲେଖ ଅଛି, ଯାହାର ଅର୍ଥ – ଆଲ୍ଲାହ ସେହି ସମସ୍ତ ଲୋକଙ୍କୁ ଭଲ ପାଆନ୍ତି ଯେଉଁମାନେ ନିଜ ଅଧିକାର ପାଇଁ ଲଢ଼ନ୍ତି। ବୁନୟାନ ଅର୍ଥ ଅଟ୍ଟାଳିକା ଓ ମରସୁସ ଅର୍ଥ ମଜବୁତ। ବୁନୟାନ ଅଲ ମରସୁସ ଏକ ଏପରି ଅଟ୍ଟାଳିକାକୁ ସୂଚାଏ ଯାହା ଅତ୍ୟନ୍ତ ମଜବୁତ ଏବଂ ଏକଜୁଟ। ପାକିସ୍ତାନର ସେନା ମୁଖ୍ୟ ଅଲ କାଏଦା କିମ୍ବା ଆଇଏସଆଇଏସ ମୁଖ୍ୟଙ୍କ ପରି ଏହାକୁ ମୁସଲମାନଙ୍କ ଐକ୍ୟ ଓ ଶକ୍ତିର ପ୍ରତୀକ ଭାବେ ବର୍ଣ୍ଣନା କରୁଛନ୍ତି। ସେହି ମୂର୍ଖକୁ ଜଣା ନାହିଁ ଯେ ପଡ଼ୋଶୀ ତାଲିବାନ ମଧ୍ୟ ପହଲଗାମରେ ହିନ୍ଦୁଙ୍କ ନରସଂହାର ପ୍ରସଙ୍ଗରେ ପାକିସ୍ତାନ ସହ ନାହିଁ।
ଜେନେରାଲ ଆସିମ ମୁନୀର ୧୦ ମଇ ୨୦୨୫ରେ ପ୍ରଭାତରେ ବୁନୟାନ ଅଲ ମରସୁସ ଆରମ୍ଭ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଏହା ଅଧୀନରେ ପାକ ବାୟୁସେନା ପଠାନକୋଟ ଓ ଉଧମପୁର ଏୟାରବେସ ଉପରେ ଆକ୍ରମଣ କରିଛି। ଯଦିଓ ଆମର ସମସ୍ତ ଏୟାରବେସ ସୁରକ୍ଷିତ ଅଛି। ହଁ, ଏହା ନିଶ୍ଚିତ ଯେ ପାକିସ୍ତାନୀ ସେନା ଆବାସିକ ଅଞ୍ଚଳଗୁଡ଼ିକୁ ନିଶାନା କରୁଛି। ପାକିସ୍ତାନ ଏହି ଅପରେସନ ପୂର୍ବରୁ ମଧ୍ୟ ଭାରତ ବିରୋଧରେ ଅନେକ ଅପରେସନ ଚଳାଇଛି, ଯାହାର ପରିଣାମ ତା ପାଇଁ ଅତ୍ୟନ୍ତ ଖରାପ ହୋଇଛି।
ଅପରେସନ ବଦର (୧୯୯୯)
୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା। ପାକିସ୍ତାନ କାରଗିଲରେ ଉଚ୍ଚ ଶିଖରଗୁଡ଼ିକୁ ଅଧିକାର କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଲଦାଖ ରାସ୍ତା କାଟିବା। ଭାରତ ଅପରେସନ ବିଜୟ ଜରିଆରେ ଜବାବ ଦେଇଥିଲା। ପାକିସ୍ତାନକୁ ପଛକୁ ହଟିବାକୁ ପଡ଼ିଥିଲା। ପାକିସ୍ତାନର ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା ହୋଇଥିଲା, କିନ୍ତୁ ସେ ପ୍ରଥମେ ନିଜର ଭୂମିକାକୁ ଅସ୍ୱୀକାର କରିଥିଲା।
ଅପରେସନ ଚଙ୍ଗେଜ ଖାନ (୧୯୭୧)
୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇଥିଲା। ଏହା ତୃତୀୟ ଭାରତ-ପାକ ଯୁଦ୍ଧ ସମୟରେ ଥିଲା। ପାକିସ୍ତାନ ଭାରତର ୧୧ଟି ଏୟାରବେସ ଉପରେ ଆକ୍ରମଣ କରିଥିଲା। ଅମୃତସର ଓ ଆଗ୍ରାକୁ ନିଶାନା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଭାରତର ବାୟୁ ଶକ୍ତିକୁ ଦୁର୍ବଳ କରିବା। ଭାରତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କରିଥିଲା। ବାଙ୍ଗଲାଦେଶର ସ୍ୱାଧୀନତା ସଂଗ୍ରାମ ତୀବ୍ର ହୋଇଥିଲା ଓ ପାକିସ୍ତାନ ହାରିଥିଲା।
ଅପରେସନ ଗ୍ରାଣ୍ଡ ସ୍ଲାମ (୧୯୬୫)
୧୯୬୫ରେ ଦ୍ୱିତୀୟ ଭାରତ-ପାକ ଯୁଦ୍ଧ ସମୟରେ ହୋଇଥିଲା। ଏହି ଅପରେସନ ଜମ୍ମୁର ଛମ୍ବ ସେକ୍ଟରରେ ଆରମ୍ଭ ହୋଇଥିଲା। ଅଖନୂର ପୋଲ ଉପରେ ଅଧିକାର କରିବା ଥିଲା ଉଦ୍ଦେଶ୍ୟ। ପାକିସ୍ତାନୀ ସୈନିକମାନେ କାଶ୍ମୀର ପର୍ଯ୍ୟନ୍ତ ଭାରତର ପ୍ରବେଶକୁ ଅଟକାଇବାକୁ ଚାହୁଁଥିଲେ। ପ୍ରାରମ୍ଭରେ ପାକିସ୍ତାନ ଆଗକୁ ବଢ଼ିଥିଲା। ଭାରତ ଅପରେସନ ରିଡଲ ଜରିଆରେ ଜବାବ ଦେଇଥିଲା। ପାକିସ୍ତାନ ପଛକୁ ହଟିଥିଲା। ତାଶକନ୍ଦ ଚୁକ୍ତି ହୋଇଥିଲା।
ଅପରେସନ ଜିବ୍ରାଲଟାର (୧୯୬୫)
୧୯୬୫ରେ ଆରମ୍ଭ ହୋଇଥିଲା। ପାକିସ୍ତାନ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିଥିଲା। ସୈନିକମାନଙ୍କୁ ସ୍ଥାନୀୟ ଲୋକଙ୍କ ବେଶରେ ପଠାଯାଇଥିଲା। ବିଦ୍ରୋହ ଉସକାଇବା ଥିଲା ଉଦ୍ଦେଶ୍ୟ। କିନ୍ତୁ ସ୍ଥାନୀୟ ସମର୍ଥନ ମିଳିନଥିଲା। ଭାରତ ତୁରନ୍ତ ଜବାବ ଦେଇଥିଲା। ଅପରେସନ ବିଫଳ ହୋଇଥିଲା। ଏହା ୧୯୬୫ର ଯୁଦ୍ଧ ଆରମ୍ଭ କରିଥିଲା।