୪ ରାଫେଲ ବିମାନକୁ ପାକିସ୍ତାନୀ ଲଢୁଆ ବିମାନ ଲକ୍ କରିଥିଲା କି ? ଜାଣନ୍ତୁ ପାକିସ୍ତାନୀ ଦାବିର ସତ

rafale vs j10c

ପାକିସ୍ତାନୀମାନଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସେମାନଙ୍କର ମିଛ କହିବା ଓ ପ୍ରୋପାଗାଣ୍ଡା ପ୍ରଚାର କରିବାର ଅଭ୍ୟାସ। ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏହା ଆରମ୍ଭ କରିଥିଲା। ପ୍ରଥମେ ପାକିସ୍ତାନୀମାନେ ଆତଙ୍କବାଦୀ ଆକ୍ରମଣକୁ ‘ଫଲ୍ସ ଫ୍ଲାଗ ଅପରେସନ’ ବୋଲି କହିଥିଲେ, କିନ୍ତୁ ଏବେ ଯେତେବେଳେ ଭାରତର ପ୍ରତିକ୍ରିୟାର ଆଶଙ୍କା ବହୁତ ବୃଦ୍ଧି ପାଇଛି, ପାକିସ୍ତାନୀମାନେ ସେମାନଙ୍କ ମିଛ କହିବାର ସ୍ତରକୁ ଆହୁରି ଉପରକୁ ନେଇଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ “୨୯-୩୦ ଏପ୍ରିଲ ରାତିରେ କାଶ୍ମୀର ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଚାରିଟି ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧବିମାନକୁ ଇଲେକ୍ଟ୍ରୋନିକ ଭାବେ ଜାମ କରିଦେଇଥିଲେ, ଯାହାଦ୍ୱାରା ସେମାନେ ପଛକୁ ଫେରିବାକୁ ଓ ଶ୍ରୀନଗରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।”

ଯୁଦ୍ଧବିମାନ ବିଷୟରେ ଜ୍ଞାନ ନ ଥିବା ଲୋକମାନେ ଗୋଟିଏ ମୁହୂର୍ତ୍ତ ପାଇଁ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ମିଛ ଉପରେ ବିଶ୍ୱାସ କରିପାରନ୍ତି। କେବଳ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନୁହଁନ୍ତି, ପାକିସ୍ତାନର ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଓ ବରିଷ୍ଠ ସାମ୍ବାଦିକ, ଯେଉଁମାନଙ୍କ ମଧ୍ୟରେ ହାମିଦ ମୀର ଅନ୍ତର୍ଭୁକ୍ତ, ସେମାନେ ମଧ୍ୟ ନିଜ ଏକ୍ସ ଆକାଉଣ୍ଟରୁ ଦାବି କରିଛନ୍ତି ଯେ ପାକିସ୍ତାନୀ J-10C ଯୁଦ୍ଧବିମାନ ଭାରତର ଚାରିଟି ରାଫେଲକୁ ୪ ମିନିଟ ପର୍ଯ୍ୟନ୍ତ ଜାମ କରି ରଖିଥିଲା। ତେବେ ସତ କ’ଣ ? ଟାଇମ୍ସ ଅଫ୍ ଇଣ୍ଡିଆର ସହଯୋଗୀ ପ୍ରକାଶନ ନବଭାରତ ଟାଇମ୍ସ ଏହି ଦାବିର ସତ୍ୟାସତ୍ୟ ଯାଂଚ କରିଛି । ନବଭାରତ ଲେଖିଛି ଯେ, ପ୍ରୋପାଗାଣ୍ଡା ପ୍ରଚାରରେ ପାକିସ୍ତାନୀମାନଙ୍କର କୌଣସି ତୁଳନା ନାହିଁ। ଆମେ ଚାହୁଁନାହୁଁ ଯେ ଆମ ସେନା ସମ୍ପର୍କରେ ଏକ ସେକେଣ୍ଡ ପାଇଁ ମଧ୍ୟ ପାଠକଙ୍କ ମନରେ ସନ୍ଦେହ ଆସୁ। ତେଣୁ ଆମେ ଆପଣଙ୍କୁ ବିସ୍ତୃତ ଭାବେ କହିବୁ ଯେ ପାକିସ୍ତାନୀମାନେ କିପରି ମିଛ କହୁଛନ୍ତି।

ରାଫେଲ ଉପରେ ପାକିସ୍ତାନୀମାନଙ୍କ ମିଛର ପର୍ଦାଫାଶ
ଖ୍ୱାଜା ଆସିଫଙ୍କ ଦାବି ଯେ ପାକିସ୍ତାନ ବାୟୁସେନାର J-10CE ଯୁଦ୍ଧବିମାନ ଭାରତୀୟ ବାୟୁସେନାର ରାଫେଲ ବିମାନର ରାଡାର ଓ ଯୋଗାଯୋଗ ବ୍ୟବସ୍ଥାକୁ ଜାମ କରିଦେଇଥିଲା, ଏହି ଦାବି ଚୀନ ନିର୍ମିତ KG600 ଜାମିଂ ପଡ଼ର କ୍ଷମତା ଉପରେ ଆଧାରିତ ଥିଲା। କିନ୍ତୁ ଯେତେବେଳେ ଆପଣ ଏହି ବ୍ୟବସ୍ଥା ଓ ରାଫେଲରେ ଥିବା ବ୍ୟବସ୍ଥାର ତୁଳନା କରନ୍ତି, ତେବେ ଜଣାପଡ଼େ ଯେ ଉଭୟ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ରାଫେଲ ସାମ୍ନାରେ J-10CEର ଟେକ୍ଲୋଲଜି କିଛି କାମ କରିପାରିବ ନାହିଁ । ପାକିସ୍ତାନୀମାନଙ୍କ ଏହି ଦାବିରୁ ଜଣାପଡ଼େ ଯେ ଚୀନ ନିର୍ମିତ J-10CE ରାଫେଲର ଉନ୍ନତ ଥେଲସ RBE2 ଆକ୍ଟିଭ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ଆରେ (AESA) ରାଡାରକୁ ବାଧା ଦେଇଥିଲା, ଯାହା ସୋସିଆଲ ମିଡିଆ ଓ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କୁ ମଜାକର ଖୋରାକ ଯୋଗାଇଥିଲା।

ପାକିସ୍ତାନୀ ଦାବିରେ କାହିଁକି ମଜାକ ଉଡ଼ାଯାଉଛି, ତାହା ଜାଣିବା ପାଇଁ KG600 ଜାମିଂ ପଡ଼ ଓ ରାଫେଲର SPECTRA ଇଲେକ୍ଟ୍ରୋନିକ ଯୁଦ୍ଧ ସୁଟର ବୈଷୟିକ ତୁଳନା ଆବଶ୍ୟକ। ଉଭୟ ବ୍ୟବସ୍ଥା ଶତ୍ରୁର ରାଡାରକୁ ବାଧା ଦେବା ଓ ବଞ୍ଚିବା କ୍ଷମତା ବୃଦ୍ଧି ପାଇଁ ଡିଜାଇନ କରାଯାଇଛି, କିନ୍ତୁ ସେମାନଙ୍କ ପ୍ରଯୁକ୍ତି, ଯୁଦ୍ଧବିମାନ ସହ ଏକୀକରଣ ଓ ଯୁଦ୍ଧ ସମୟରେ ନିର୍ଭରଯୋଗ୍ୟତାରେ ବହୁତ ପାର୍ଥକ୍ୟ ରହିଛି।

KG600 ଜାମିଂ ପଡ଼ ଓ SPECTRAରେ ତୁଳନା
KG600 ଜାମିଂ ପଡ଼କୁ ଚୀନ ନିର୍ମାଣ କରିଛି ଓ ଏହା ଏକ ବାହ୍ୟ ଇଲେକ୍ଟ୍ରୋନିକ କାଉଣ୍ଟରମେଜର (ECM) ପଡ଼। ଏହା ଡିଜିଟାଲ ରେଡିଓ ଫ୍ରିକ୍ୱେନ୍ସି ମେମୋରୀ (DRFM) ପ୍ରଯୁକ୍ତି ବ୍ୟବହାର କରେ, ଯାହା ଆଗତ ରାଡାର ସଙ୍କେତକୁ ରେକର୍ଡ ଓ ହେରଫେର କରିପାରେ। ଏହାର ସୀମା ଫ୍ରିକ୍ୱେନ୍ସି ଏଜିଲିଟିରେ ସୀମିତ, କମ ଶକ୍ତି ଉତ୍ପାଦନ କରେ ଓ J-10CEର ଏଭିଓନିକ୍ସ ସହ ଏହାର ଏକୀକରଣ ସଠିକ୍ ନୁହେଁ। ସୀମିତ ଫ୍ରିକ୍ୱେନ୍ସି ଏଜିଲିଟି ହେତୁ ଏହା ଆଧୁନିକ ଫ୍ରିକ୍ୱେନ୍ସି-ହପିଂ ରାଡାର ବିରୁଦ୍ଧରେ ନିଷ୍ପ୍ରଭାବୀ ହୋଇପାରେ।

ଅନ୍ୟପକ୍ଷରେ, ରାଫେଲ SPECTRA ବ୍ୟବହାର କରେ, ଯାହାର ଅର୍ଥ Self-Protection Equipment to Counter Threats for Rafale Aircraft। ଏହାକୁ ଥେଲସ ଓ MBDA ମିଳିତ ଭାବେ ବିକଶିତ କରିଛନ୍ତି ଓ ଏହା ଏକ ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ଇଲେକ୍ଟ୍ରୋନିକ ଯୁଦ୍ଧ ବ୍ୟବସ୍ଥା। ଏହାର କ୍ଷମତା ଦୂରରୁ ବିପଦ ଚିହ୍ନଟ କରିବା, ରେଡିଓ ଫ୍ରିକ୍ୱେନ୍ସି ଓ ଲେଜର ବିପଦର ସଠିକ ଅବସ୍ଥାନ ନିର୍ଦ୍ଧାରଣ, ରାଡାର ଚେତାବନୀ, ଲେଜର ଚେତାବନୀ, ମିସାଇଲ ଚେତାବନୀ, ଫେଜ୍ଡ ଆରେ ରାଡାର ଜାମର ଓ ଡିକୟ ଡିସପେନସର କରିବାରେ ସକ୍ଷମ। ଏହା ରାଫେଲ ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି, ତେଣୁ ଏହା ରାଫେଲର ଏଭିଓନିକ୍ସ ସହ ଗଭୀର ଭାବେ ଏକୀକୃତ, ଯାହା ତୁରନ୍ତ କାର୍ଯ୍ୟ କରିବାର ସମ୍ଭାବନାକୁ ବହୁତ ବୃଦ୍ଧି କରେ।

ପାକିସ୍ତାନୀମାନଙ୍କ ମିଛ ଉପରେ ବିଶେଷଜ୍ଞମାନେ କ’ଣ କହୁଛନ୍ତି?
ରୟାଲ ୟୁନାଇଟେଡ ସର୍ଭିସେସ ଇନଷ୍ଟିଟ୍ୟୁଟ (RUSI)ର ଯୁଦ୍ଧବିମାନ ବିଶେଷଜ୍ଞ ଜଷ୍ଟିନ ବ୍ରୋଙ୍କ ରାଫେଲର ଇଲେକ୍ଟ୍ରୋନିକ ଯୁଦ୍ଧ କ୍ଷମତାକୁ J-10CE ତୁଳନାରେ ବହୁତ ଉନ୍ନତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାଫେଲର SPECTRA ବ୍ୟବସ୍ଥା ଉନ୍ନତ ଇଲେକ୍ଟ୍ରୋନିକ କାଉଣ୍ଟରମେଜର, ରାଡାର ଜାମିଂ ଓ ଇନଫ୍ରାରେଡ ଡିକୟ କ୍ଷମତା ସହ ଆସେ, ଯାହା ଏହାକୁ ବାୟୁ ଅଞ୍ଚଳରେ ଅତ୍ୟନ୍ତ ପ୍ରଭାବଶାଳୀ କରେ। ଅନ୍ୟପକ୍ଷରେ, J-10CEର KG600 ପଡ଼ କମ ଏକୀକୃତ ଓ ଏହାର ପ୍ରଭାବଶୀଳତା ପ୍ରକୃତ ଯୁଦ୍ଧ ପରିସ୍ଥିତିରେ ଅନିଶ୍ଚିତ। ବିଶେଷଜ୍ଞମାନେ କହୁଛନ୍ତି ଯେ ପାକିସ୍ତାନର ଦାବି କେବଳ ପ୍ରୋପାଗାଣ୍ଡା, ଏହା ବ୍ୟତୀତ ଆଉ କିଛି ନୁହେଁ। କାରଣ ପାକିସ୍ତାନୀ J-10Cରେ ରାଫେଲକୁ ଲକ୍ କରିବାର କ୍ଷମତା ନାହିଁ।

Leave a Reply

Your email address will not be published. Required fields are marked *