ଖରାପ ଥିଲା ଏୟାର ଇଣ୍ଡିଆ ବିମାନର ବ୍ୟାଟେରି ? ଲାଭ ପାଇଁ ସତ ଲୁଚାଇଥିଲା ବୋଇଂ !

ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ସମଗ୍ର ବିଶ୍ୱରେ ବୋଇଂ ୭୮୭ ଡ୍ରିମଲାଇନରକୁ ନେଇ ପ୍ରଶ୍ନ ଉଠିଛି। ଏହି ଦୁର୍ଘଟଣାର କାରଣ ଇଞ୍ଜିନ ବିଫଳତା ବୋଲି କୁହାଯାଉଛି, କିନ୍ତୁ ବ୍ୟାଟେରୀ ବିସ୍ଫୋରଣ ଭଳି ଅନ୍ୟ କିଛି ଆଶଙ୍କା ମଧ୍ୟ ଚର୍ଚ୍ଚାରେ ରହିଛି। ଦୁର୍ଘଟଣା ପରେ ଭାରତୀୟ ବିମାନନ ସଂସ୍ଥା ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ (DGCA) ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବେଡ଼ାର ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ୧୨ ଜୁନରେ ଅହମଦାବାଦ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଜାରି ହୋଇଥିଲା। ଏଥିରେ କୁହାଯାଇଛି ଯେ ବୋଇଂ ୭୮୭-୮ ଓ ୭୮୭-୯ ବିମାନଗୁଡ଼ିକର ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ଯାଞ୍ଚ କରାଯିବ ଏବଂ ସମସ୍ତ ରିପୋର୍ଟ DGCAକୁ ଦିଆଯିବ। ଏହା ସହିତ, DGCA ଏୟାର ଇଣ୍ଡିଆକୁ ଜେନଏକ୍ସ ଇଞ୍ଜିନ ଥିବା ବୋଇଂ ୭୮୭-୮ ଓ ୭୮୭-୯ ବିମାନଗୁଡ଼ିକର ଅତିରିକ୍ତ ରକ୍ଷଣାବେକ୍ଷଣ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ୧୫ ଜୁନରୁ ଲାଗୁ ହୋଇଛି। ଟାଟା ଗ୍ରୁପର ଏୟାର ଇଣ୍ଡିଆ ବେଡ଼ାରେ ୨୬ଟି ବୋଇଂ ୭୮୭-୮୭ଟି ବୋଇଂ ୭୮୭-୯ ରହିଛି। ଆସନ୍ତୁ ଜାଣିବା ବୋଇଂ ୭୮୭ ଡ୍ରିମଲାଇନର କ’ଣ, ଏହାର ବ୍ୟାଟେରୀ କ’ଣ ବିସ୍ଫୋରିତ ହୋଇଥିଲା, ଏବଂ ବୋଇଂ କାହିଁକି ଲାଭ ପାଇଁ ତ୍ରୁଟିକୁ ଲୁଚାଇଥିଲା।

ବୋଇଂ ୭୮୭ ଡ୍ରିମଲାଇନର କ’ଣ?

ବୋଇଂ ୭୮୭ ଡ୍ରିମଲାଇନର ହେଉଛି ଏକ ଆଧୁନିକ, ମଧ୍ୟମ ଆକାରର, ଦୁଇଟି ଇଞ୍ଜିନ ବିଶିଷ୍ଟ, ୱାଇଡ-ବଡି ଜେଟ ବିମାନ, ଯାହା ଆମେରିକୀୟ ବିମାନନ କମ୍ପାନୀ ବୋଇଂ ଦ୍ୱାରା ନିର୍ମିତ। ଏହା ଦୀର୍ଘ ଦୂରତାର ଉଡ଼ାଣ ପାଇଁ ଡିଜାଇନ କରାଯାଇଛି ଏବଂ ବୋଇଂ ୭୬୭କୁ ବଦଳାଇବା ପାଇଁ ଆଣିଛି। ଏହା ଏକ ଇନ୍ଧନ-ଦକ୍ଷ ବିମାନ। ଏହାର ୫୦% ଅଂଶ କାର୍ବନ ଫାଇବର ଭଳି କମ୍ପୋଜିଟ ସାମଗ୍ରୀରେ ନିର୍ମିତ, ଯାହା ଏହାକୁ ହାଲୁକା ଓ ମଜବୁତ କରେ। ଡ୍ରିମଲାଇନରର ଝରକାଗୁଡ଼ିକ ବାଣିଜ୍ୟିକ ବିମାନ ମଧ୍ୟରେ ସବୁଠାରୁ ବଡ଼। କେବିନ ଚାପ ୧,୯୦୦ ମିଟର ଉଚ୍ଚତା ଭଳି ରଖାଯାଏ, ଯାହା ଦ୍ୱାରା ଅମ୍ଳଜାନ ୮% ଅଧିକ ରହେ ଓ ଥକ୍କାପଣ କମେ। କେବିନରେ ରଙ୍ଗ ବଦଳାଉଥିବା LED ଲାଇଟ ରହିଛି, ଯାହା ଟାଇମ୍ ଜୋନ୍ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରେ।

ବୋଇଂ ୭୮୭ ଡ୍ରିମଲାଇନରର ବ୍ୟାଟେରୀ

ବୋଇଂ ୭୮୭ ଡ୍ରିମଲାଇନର ଲିଥିୟମ-ଆୟନ ବ୍ୟାଟେରୀକୁ ନିଜର ସହାୟକ ବିଦ୍ୟୁତ ୟୁନିଟ୍ (APU) ଏବଂ ଇଲେକ୍ଟ୍ରୋନିକ ଉଡ଼ାଣ ପ୍ରଣାଳୀ ପାଇଁ ବ୍ୟାକଅପ ଭାବେ ବ୍ୟବହାର କରେ। ଏହି ବ୍ୟାଟେରୀଗୁଡ଼ିକ ଉଚ୍ଚ ଶକ୍ତି ଘନତାଦୀର୍ଘ ଆୟୁଷ ପାଇଁ ବଛାଯାଇଥିଲା। କିନ୍ତୁ, ଏଗୁଡ଼ିକ ଅତ୍ୟଧିକ ଗରମ ହେବାନିଆଁ ଲାଗିବା ଭଳି ସୁରକ୍ଷା ସମସ୍ୟା ସହ ଜଡ଼ିତ ରହିଛି। ୨୦୧୩ରେ ଏହି କାରଣରୁ ସମଗ୍ର ୭୮୭ ବେଡ଼ାକୁ ଅସ୍ଥାୟୀ ଭାବେ ଗ୍ରାଉଣ୍ଡେଡ କରାଯାଇଥିଲା। ତଥାପି, ଏୟାର ଇଣ୍ଡିଆର ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତା’ର ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଲିଥିୟମ-ଆୟନ ବ୍ୟାଟେରୀର ବିପଦ

ଡ୍ରିମଲାଇନରକୁ ଶକ୍ତି ଦୁଇଟି ଲିଥିୟମ-ଆୟନ ବ୍ୟାଟେରୀରୁ ମିଳେ। ମୁଖ୍ୟ ବ୍ୟାଟେରୀ ଆଗରେ ଓ ଅନ୍ୟଟି ପଛରେ ରହିଛି। ଏହି ବ୍ୟାଟେରୀ ୧,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ନିଆଁ ଧରିପାରେ, ଯାହା ଡ୍ରିମଲାଇନରର କାର୍ବନ ଫାଇବର ଶରୀରର ତାପ ସହିବା କ୍ଷମତା (୩୪୩ ଡିଗ୍ରୀ)ର ତିନି ଗୁଣ। ଏହି ବ୍ୟାଟେରୀରେ ବ୍ୟବହୃତ ଇଲେକ୍ଟ୍ରୋଲାଇଟ ତରଳ ସହଜରେ ନିଆଁ ଧରିପାରେ।

ଲିଥିୟମ-ଆୟନ ବ୍ୟାଟେରୀରେ ତ୍ରୁଟି

ସେପ୍ଟେମ୍ବର ୨୦୧୨ରେ, ତତ୍କାଳୀନ ସରକାରୀ ମାଲିକାନାଧୀନ ଏୟାର ଇଣ୍ଡିଆ ଲିମିଟେଡ (AIL)ର ବେଡ଼ାରେ ସାମିଲ ହୋଇଥିବା ୬ଟି ନୂଆ ବୋଇଂ ୭୮୭ ଡ୍ରିମଲାଇନରକୁ ଲିଥିୟମ-ଆୟନ ବ୍ୟାଟେରୀରେ ତ୍ରୁଟି ହେତୁ ୧୭ ଜାନୁଆରୀ ୨୦୧୩ରୁ ୪ ଜୁନ ୨୦୧୩ ପର୍ଯ୍ୟନ୍ତ ଚାରି ମାସରୁ ଅଧିକ ସମୟ ପାଇଁ ବନ୍ଦ ରଖାଯାଇଥିଲା।

CAG ରିପୋର୍ଟରେ ଖୁଲାସା

୨୦୧୭ରେ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ରିପୋର୍ଟରେ ଏହା ପ୍ରକାଶ ପାଇଥିଲା। AIL ମୋଟ ୨୭ଟି B-787-800 ବିମାନ ବୋଇଂଠାରୁ ଅର୍ଡର କରିଥିଲା। ଉଚ୍ଚ ଶକ୍ତି ଘନତାଦୀର୍ଘ ଆୟୁଷ ପାଇଁ ବଛାଯାଇଥିବା ଲିଥିୟମ-ଆୟନ ବ୍ୟାଟେରୀ APU ଚାଳନ ଓ ଇଲେକ୍ଟ୍ରୋନିକ ଉଡ଼ାଣ ପ୍ରଣାଳୀ ପାଇଁ ବ୍ୟାକଅପ ଶକ୍ତି ଯୋଗାଇଥାଏ। କିନ୍ତୁ, ସର୍ଟ-ସର୍କିଟ କିମ୍ବା ଉଚ୍ଚ କାର୍ଯ୍ୟକାରୀ ତାପମାତ୍ରା ହେତୁ ନିଆଁ ଲାଗିବାର ସୁରକ୍ଷାଗତ ବିପଦ ରହିଛି। CAG ସେତେବେଳେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲା।

୨୦୧୩ରେ ବ୍ୟାଟେରୀରେ ନିଆଁ, ୩ ମାସ ଉଡ଼ାଣ ବନ୍ଦ

ଜାନୁଆରୀ ୨୦୧୩ରେ ଜାପାନର ଦୁଇ ଏୟାରଲାଇନର ନୂଆ ଡ୍ରିମଲାଇନର ୭୮୭-୮ ବେଡ଼ାରେ ସାମିଲ ହୋଇଥିଲା। ଏହାର ଲିଥିୟମ-ଆୟନ ବ୍ୟାଟେରୀରେ ନିଆଁ ଲାଗିଥିଲା। ଗୋଟିଏ ବିମାନରେ ବୋଷ୍ଟନ ବିମାନବନ୍ଦରରେ ପାର୍କିଂ ସମୟରେ ନିଆଁ ଲାଗିଥିଲା, ଆଉ ଗୋଟିଏ ଉଡ଼ାଣ ସମୟରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏହା ପରେ ଆମେରିକାର ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ସମଗ୍ର ବିଶ୍ୱରେ ଡ୍ରିମଲାଇନର ଉଡ଼ାଣରେ ୩ ମାସ ପାଇଁ ପ୍ରତିବନ୍ଧକ ଲଗାଇଥିଲା। ବୋଇଂ ନିଜ ବ୍ୟାଟେରୀ ସିଷ୍ଟମଇଞ୍ଜିନର ତାପରୁ ବ୍ୟାଟେରୀ ସୁରକ୍ଷା ପାଇଁ ଉନ୍ନତି କରିଥିଲା।

ବଡ଼ି ଜଏଣ୍ଟରେ ତ୍ରୁଟି

୨୦୨୦ରୁ ୨୦୨୨ ମଧ୍ୟରେ ଡ୍ରିମଲାଇନରରେ ଉତ୍ପାଦନ ତ୍ରୁଟି ସମ୍ବନ୍ଧୀୟ ଖବର ଆସିଥିଲା। ଡ୍ରିମଲାଇନର ଏକ ୱାଇଡ-ବଡି ଯାତ୍ରୀବାହୀ ବିମାନ, ଯାହାର ଅଂଶଗୁଡ଼ିକ ଅଲଗା ଅଲଗା ନିର୍ମିତ ହୋଇ ପରେ ଯୋଡ଼ାଯାଏ। ଅନେକ ବିମାନରେ ବଡ଼ିକ ଯୋଡ଼ା ଅଂଶରେ ଅଧିକ ଫାଙ୍କ ଥିବା ଅଭିଯୋଗ ଆସିଥିଲା। କାର୍ବନ-ଫାଇବର ଅଂଶଗୁଡ଼ିକ ଠିକ୍‌ ଭାବେ ଯୋଡ଼ା ହୋଇନଥିଲା, ଓ ବଡ଼ିର ଢାଲ ମଧ୍ୟ ଠିକ୍‌ ନଥିଲା। ୨୦୨୦ରୁ ୨୦୨୨ ମଧ୍ୟରେ ବୋଇଂ ଏୟାରଲାଇନଗୁଡ଼ିକୁ ଡ୍ରିମଲାଇନର ଯୋଗାଣ ବନ୍ଦ କରିଥିଲା। FAA ନିରୀକ୍ଷଣ ବଢ଼ାଇଥିଲା ଓ ଅନ୍ୟ କମ୍ପାନୀଙ୍କୁ ବିମାନ ଯୋଗାଣ ଅନୁମତି ଦେଇଥିଲା। ବୋଇଂ ମଧ୍ୟ ଉତ୍ପାଦନରେ ତ୍ରୁଟି ଥିବା ସ୍ୱୀକାର କରିଥିଲା।

ବିମାନ ଅଂଶ ଯୋଡ଼ା ପଦ୍ଧତିରେ ପରିବର୍ତ୍ତନ

ଏପ୍ରିଲ ୨୦୨୪ରେ ବୋଇଂର ଜଣେ ୱିସଲବ୍ଲୋଅର, ସାମ ସାଲେହ, ଯିଏ ୧୦ ବର୍ଷରୁ ଅଧିକ ସମୟ ବୋଇଂରେ କାମ କରୁଥିଲେ, ଦାବି କରିଥିଲେ ଯେ ଡ୍ରିମଲାଇନର ୭୮୭ର ବଡ଼ିର କିଛି ଅଂଶ ଠିକ୍‌ ଭାବେ ଯୋଡ଼ାଯାଇନାହିଁ ଏବଂ ଉଡ଼ାଣ ସମୟରେ ଏଗୁଡ଼ିକ ଭାଙ୍ଗିପାରେନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ସାମ କହିଥିଲେ ଯେ ବିମାନର ବଡିର ଅଂଶ ଅଲଗା କମ୍ପାନୀଗୁଡ଼ିକରୁ ନିର୍ମିତ ହୋଇ ଆସେ, ଯାହା ଯୋଡ଼ିବା ସମୟରେ ଠିକ୍‌ ଭାବେ ଫିଟ୍‌ ହୁଏ ନାହିଁ।

ବୋଇଂର ପ୍ରତିକ୍ରିୟା

ଏହି ଅଭିଯୋଗ ପରେ ବୋଇଂର ମୁଖପାତ୍ର ପଲ ଲୁଇସ ସ୍ୱୀକାର କରିଥିଲେ ଯେ ଉତ୍ପାଦନ ପଦ୍ଧତିରେ ପରିବର୍ତ୍ତନ ହୋଇଛି, କିନ୍ତୁ ଏହା ବିମାନର ମଜବୁତୀ କିମ୍ବା ଆୟୁଷ ଉପରେ ପ୍ରଭାବ ପକାଇନାହିଁ। ପରେ ବୋଇଂ ସାମଙ୍କ ଦାବିକୁ ଅସ୍ୱୀକାର କର ଡ୍ରିମଲାଇନର ୭୮୭କୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଥିଲା।

ଇଞ୍ଜିନ ବିଫଳତା ଓ ଅନ୍ୟ ତ୍ରୁଟି

ବୋଇଂ ୭୮୭-୮ରେ ପାରମ୍ପରିକ ବିମାନ ତୁଳନାରେ ଅଧିକ ଇଲେକ୍ଟ୍ରିକାଲ ସିଷ୍ଟମ ବ୍ୟବହାର କରାଯାଇଛି, ଯେପରି ହାଇଡ୍ରୋଲିକ ସିଷ୍ଟମ ବଦଳରେ ଇଲେକ୍ଟ୍ରିକ ମୋଟର। ଏହିକାରଣରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଜେନେରାଲ ଇଲେକ୍ଟ୍ରିକ GEnxରୋଲ୍ସ-ରୟସ ଟ୍ରେଣ୍ଟ ୧୦୦୦ ଇଞ୍ଜିନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଅଭିଯୋଗ ଆସିଛି। ଏହା ସହିତ ଇଲେକ୍ଟ୍ରିକାଲ ସିଷ୍ଟମ ବିଫଳତା, ୱିଣ୍ଡସିଲ୍ଡରେ ଦାଗ, ଇନ୍ଧନ ଲିକେଜ, ଓ ସଫ୍ଟୱେୟାର ତ୍ରୁଟି ମଧ୍ୟ ଦେଖାଦେଇଛି।

ଜାପାନରେ ରନୱେରେ ବିମାନ ଅଟକିଥିଲା

୨୦୨୪ରେ ଜାପାନରେ ANA ଏୟାରଲାଇନର ୭୮୭-୮ରେ ହାଇଡ୍ରୋଲିକ ତୈଳ ଲିକେଜ ହେତୁ ବିମାନକୁ ରନୱେରେ ଅଟକାଇବାକୁ ପଡ଼ିଥିଲା। ଏହି ଘଟଣା ପରେ ବୋଇଂ ଓ ଏହାର ଇଞ୍ଜିନ ଯୋଗାଣକାରୀଙ୍କ ଉପରେ ରକ୍ଷଣାବେକ୍ଷଣପରୀକ୍ଷଣରେ ଅବହେଳା ଅଭିଯୋଗ ଲାଗିଥିଲା। ବିଶେଷଜ୍ଞମାନେ କହିଥିଲେ ଯେ ଇଞ୍ଜିନ ଡିଜାଇନରେ ତ୍ରୁଟି ଥାଇପାରେ, ଯାହା ଦୀର୍ଘ ଉଡ଼ାଣ ସମୟରେ ଦୁର୍ଘଟଣା ଘଟାଇପାରେ। ଏହି ସମସ୍ୟା ହେତୁ ଅନେକ ଏୟାରଲାଇନ ୭୮୭-୮ ବିମାନଗୁଡ଼ିକୁ ଅସ୍ଥାୟୀ ଭାବେ ଗ୍ରାଉଣ୍ଡେଡ କରିଥିଲେ, ଯାହା ଦ୍ୱାରା ଉଡ଼ାଣ ବାତିଲ ହୋଇଥିଲା ଓ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *