ଭାରତର ଦୃଢ ପଦକ୍ଷେପ, ପାକିସ୍ତାନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ବାଣିଜ୍ୟ ବନ୍ଦ, ପାକିସ୍ତାନର ଅର୍ଥନୀତିକୁ ବଡ଼ କ୍ଷତି

ଗତ ମାସରେ ପେହେଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ, ଭାରତ ଜାତୀୟ ସୁରକ୍ଷା ଓ ସାର୍ବଜନୀନ ନୀତିର ସ୍ବାର୍ଥରେ ପାକିସ୍ତାନରୁ ସମସ୍ତ ପଣ୍ୟର ପ୍ରତ୍ୟେକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ନିଷେଧାଜ୍ଞା ଲଗାଇଛି। ଏହି ନିଷ୍ପତ୍ତି ପାକିସ୍ତାନର ଅର୍ଥନୀତିକୁ ବଡ଼ ଧରଣର କ୍ଷତି ପହଞ୍ଚାଇବ। ଆମଦାନୀରୁ ହେଉଥିବା ଆୟ ଏବେ ବିପଦରେ ପଡ଼ିଛି।

ଗତ ବର୍ଷ ଏପ୍ରିଲରୁ ଚଳିତ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଭାରତର ପାକିସ୍ତାନ ସହ ରପ୍ତାନୀ ୪୪.୭୬ କୋଟି ଡଲାର ଥିଲା, ଆମଦାନୀ ଥିଲା ୪.୨ ଲକ୍ଷ ଡଲାର। ଡିଜିଏଫଟି ପକ୍ଷରୁ କୁହାଯାଇଛି ଯେ, ଏହି ସମ୍ବନ୍ଧରେ ଏଫଟିପି ୨୦୨୩ରେ ଏକ ଧାରା ଯୋଡ଼ାଯାଇଛି, ଯାହା ଅନୁଯାୟୀ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପାକିସ୍ତାନରେ ଉତ୍ପାଦିତ ବା ସେଠାରୁ ରପ୍ତାନୀ ହେଉଥିବା ସମସ୍ତ ପଣ୍ୟ ଉପରେ ତୁରନ୍ତ ପ୍ରଭାବରୁ ରୋକ୍ ଲଗାଯାଇଛି।

ସାର୍ବଜନୀନ ସ୍ବାର୍ଥରେ ନିଆଯାଇଛି ନିଷ୍ପତ୍ତି 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ନିଷେଧାଜ୍ଞା ଜାତୀୟ ସୁରକ୍ଷା ଓ ସାର୍ବଜନୀନ ନୀତିର ସ୍ବାର୍ଥରେ ଲଗାଯାଇଛି। ପାକିସ୍ତାନରୁ ଆମଦାନୀ ବା ରପ୍ତାନୀ ହେଉଥିବା ସମସ୍ତ ପଣ୍ୟର ସିଧାସଳଖ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲାଗିବ। ୨୦୨୪-୨୫ର ଏପ୍ରିଲ-ଜାନୁଆରୀ ମଧ୍ୟରେ ପଡୋଶୀ ଦେଶରୁ ମୁଖ୍ୟ ଆମଦାନୀରେ ଫଳ ଓ ଶୁଷ୍କ ଫଳ ୮୦ ହଜାର ଡଲାର, କିଛି ତୈଳବୀଜ ଓ ଔଷଧୀୟ ଉଦ୍ଭିଦ ୨.୬ ଲକ୍ଷ ଡଲାର ଏବଂ ଜୈବିକ ରାସାୟନିକ ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା।

ପାକିସ୍ତାନ ମଧ୍ୟ ବାଣିଜ୍ୟ ବନ୍ଦ କଲା 

ଭାରତର ପାକିସ୍ତାନୀ ଆମଦାନୀ ଉପରେ ନିଷେଧାଜ୍ଞା ପରେ ପାକିସ୍ତାନ ମଧ୍ୟ ସମସ୍ତ ବାଣିଜ୍ୟ ଚୁକ୍ତି ରଦ୍ଦ କରିଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ରପ୍ତାନୀ ୧.୧୮ ବିଲିୟନ ଡଲାର ଓ ଆମଦାନୀ ୨୮.୮ ଲକ୍ଷ ଡଲାର ଥିଲା। ଏହା ପୂର୍ବରୁ ୨୦୨୨-୨୩ ଓ ୨୦୨୧-୨୨ରେ ଭାରତ ୬୨.୭୧ କୋଟି ଡଲାର ଓ ୫୧.୩୮ କୋଟି ଡଲାରର ପଣ୍ୟ ରପ୍ତାନୀ କରିଥିଲା ଏବଂ ୨.୦୧ କୋଟି ଡଲାର ଓ ୨୫.୪ ଲକ୍ଷ ଡଲାରର ପଣ୍ୟ ଆମଦାନୀ କରିଥିଲା। ପାକିସ୍ତାନ ପକ୍ଷରୁ ଲଗାଯାଇଥିବା ନିଷେଧାଜ୍ଞା ପରେ ଭାରତ ଉପରେ ମଧ୍ୟ ପ୍ରଭାବ ପଡ଼ିବ । କିନ୍ତୁ ଭାରତ ପାକିସ୍ତାନ ଉପରେ ନିର୍ଭରଶୀଳ ନୁହେଁ । ତେଣୁ ପାକିସ୍ତାନରୁ ଆମଦାନୀ ହେଉଥିବା ଜିନିଷ ଭାରତ ଅନ୍ୟ ଦେଶ ମାନଙ୍କରୁ ଆଣି ପାରିବ ।

Leave a Reply

Your email address will not be published. Required fields are marked *