କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଅନୁସାରେ, ଯଦି ଆପଣ ୧୦ ବର୍ଷ ଧରି PF ଖାତାରେ ଯୋଗଦାନ କରିଛନ୍ତି, ତେବେ ଆପଣ ପେନ୍ସନ୍ ପାଇବାର ହକଦାର ହେବେ। EPFOର ବର୍ତ୍ତମାନ ନିୟମ ଅନୁଯାୟୀ, ପେନସନ ଯୋଗ୍ୟ ଦରମାର ସର୍ବାଧିକ ସୀମା ୧୫,୦୦୦ ଟଙ୍କା। ଅର୍ଥାତ୍ ପ୍ରତି ମାସରେ ୧୫,୦୦୦ × ୮.୩୩/୧୦୦ = ୧,୨୫୦ ଟଙ୍କା ଆପଣଙ୍କ ପେନସନ ଫଣ୍ଡରେ ଜମା ହୋଇପାରେ।
ଯଦି ଆପଣ ଚାକିରୀ କରୁଛନ୍ତି ଏବଂ ଆପଣଙ୍କର PF ଖାତା ଅଛି, ତେବେ ଅବସର ପରେ ଆପଣଙ୍କୁ କେତେ ପେନ୍ସନ୍ ମିଳିବ ବୋଲି ନିଶ୍ଚିତ ଭାବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ। ଖାସ୍ କରି ଅବସର ବୟସ ୬୦ ବର୍ଷ ହେଉଛି, ତେଣୁ ଆପଣଙ୍କୁ ଜାଣିବାକୁ ହେବ ଯେ ଅବସର ସମୟରେ EPFOର ନିୟମ କ’ଣ କହୁଛି ଏବଂ ଏହା କିପରି ଗଣନା କରାଯାଏ।
PF ଖାତାରେ ଟଙ୍କା କିପରି ଜମା ହୁଏ?
ଯଦି ଆପଣ ଘରୋଇ କ୍ଷେତ୍ରରେ ଚାକିରୀ କରୁଛନ୍ତି, ତେବେ ଆପଣଙ୍କ ଦରମାର ୧୨ ପ୍ରତିଶତ ଆପଣଙ୍କ PF ଖାତାକୁ ଯାଇଥାଏ। ଆପଣଙ୍କ କମ୍ପାନୀ ମଧ୍ୟ ସେହି ପରିମାଣରେ ଯୋଗଦାନ କରିଥାଏ। କିନ୍ତୁ ଏହାର ୮.୩୩ ପ୍ରତିଶତ ପେନସନ ଫଣ୍ଡରେ ଏବଂ ବାକି ୩.୬୭ ପ୍ରତିଶତ PFରେ ଜମା ହୋଇଥାଏ।
ପେନସନ୍ ନିୟମ କ’ଣ କହୁଛି?
EPFO ଅନୁସାରେ, ଯଦି ଆପଣ ୧୦ ବର୍ଷ ଧରି PF ଖାତାରେ ଯୋଗଦାନ କରିଛନ୍ତି, ତେବେ ଆପଣ ପେନ୍ସନ୍ ପାଇବାର ହକଦାର ହେବେ। ଆପଣ ୫୦ ବର୍ଷ ବୟସରେ ପେନ୍ସନ୍ ଦାବି କରିପାରିବେ, କିନ୍ତୁ ପ୍ରତି ବର୍ଷ ୪ ପ୍ରତିଶତ ହାରରେ କମିବ। ଅନ୍ୟପକ୍ଷରେ, ଯଦି ଆପଣ ୫୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ତେବେ ଆପଣଙ୍କୁ ପୂରା ପେନ୍ସନ୍ ମିଳିବ। ୫୮ ବର୍ଷ ପରେ ଯଦି ଆପଣ ପେନ୍ସନ୍ ଦାବି ନ କରି ୬୦ ବର୍ଷ ପର୍ଯ୍ୟନ୍ତ ଟାଳନ୍ତି, ତେବେ ପ୍ରତି ବର୍ଷ ୪ ପ୍ରତିଶତ ବୃଦ୍ଧି ହେବ, ଅର୍ଥାତ୍ ୬୦ ବର୍ଷ ବୟସରେ ଆପଣଙ୍କୁ ୮ ପ୍ରତିଶତରୁ ଅଧିକ ପେନ୍ସନ୍ ମିଳିବ।

ପେନ୍ସନ୍ ଗଣନାର ସୂତ୍ର
EPFOର ବର୍ତ୍ତମାନ ନିୟମ ଅନୁଯାୟୀ, ପେନ୍ସନ୍ ଯୋଗ୍ୟ ଦରମାର ସର୍ବାଧିକ ସୀମା ୧୫,୦୦୦ ଟଙ୍କା। ଅର୍ଥାତ୍ ପ୍ରତି ମାସରେ ୧୫,୦୦୦ × ୮.୩୩/୧୦୦ = ୧,୨୫୦ ଟଙ୍କା ଆପଣଙ୍କ ପେନ୍ସନ୍ ଫଣ୍ଡରେ ଜମା ହୋଇପାରେ। ପେନ୍ସନ୍ ଗଣନା ଏହି ସୂତ୍ର ଅନୁସାରେ କରାଯାଏ:
ପେନସନ୍ = (ପେନସନ୍ ଯୋଗ୍ୟ ଦରମା × ପେନସନ୍ ଯୋଗ୍ୟ ସେବା) ÷ ୭୦
ଏବେ ପ୍ରଶ୍ନ ହେଉଛି, ୬୦ ବର୍ଷ ବୟସରେ ଆପଣଙ୍କୁ କେତେ ପେନ୍ସନ୍ ମିଳିବ?
୬୦ ବର୍ଷରେ କେତେ ପେନସନ୍ ମିଳିବ?
ଯଦି ଆପଣ ୨୩ ବର୍ଷ ବୟସରେ ଚାକିରି ଆରମ୍ଭ କରିଛନ୍ତି ଏବଂ ୫୮ ବର୍ଷରେ ଅବସର ନେଉଛନ୍ତି, ତେବେ ଆପଣ ମୋଟ ୩୫ ବର୍ଷ କାମ କରିଛନ୍ତି। ଏହି ପରିସ୍ଥିତିରେ:
– ପେନସନ୍ ଯୋଗ୍ୟ ଦରମା = ୧୫,୦୦୦ ଟଙ୍କା
– ସେବା ଅବଧି = ୩୫ ବର୍ଷ
– ପେନସନ୍ = ୧୫,୦୦୦ × ୩୫ ÷ ୭୦ = ୭,୫୦୦ ଟଙ୍କା ପ୍ରତି ମାସ।
ଯଦି ଆପଣ ୬୦ ବର୍ଷ ବୟସରେ ପେନସନ୍ ଦାବି କରନ୍ତି, ତେବେ ଏହା ଉପରେ ୮ ପ୍ରତିଶତ ଅତିରିକ୍ତ ବୃଦ୍ଧି ହେବ। ଅର୍ଥାତ୍:
– ୭,୫୦୦ × ୧.୦୮ = ୮,୧୦୦ ଟଙ୍କା ପ୍ରତି ମାସ।
କିନ୍ତୁ PF ପେନସନ୍ ଗଣନା ଆପଣଙ୍କ ଶେଷ ୬୦ ମାସର ହାରାହାରି ଦରମା ଉପରେ ଆଧାରିତ। ତେଣୁ ଆପଣଙ୍କ ନିର୍ଦ୍ଦିଷ୍ଟ ଦରମା ଓ ସେବା ଅବଧି ଅନୁସାରେ ଏହା ଭିନ୍ନ ହୋଇପାରେ।