ଅମୃତଭଣ୍ଡାରରୁ ଡାଳିମ୍ବ ପର୍ଯ୍ୟନ୍ତ… ଚୋପାକୁ ଫିଙ୍ଗନ୍ତୁ ନାହିଁ, ଏହାଦ୍ୱାରା ମିଳିଥାଏ ଅନେକ ଲାଭ

ଆପଣ ପ୍ରାୟତଃ ଫଳ ଖାଇବା ପରେ ତା’ର ଚୋପାକୁ ଡଷ୍ଟବିନ୍‌ରେ ଫୋପାଡ଼ି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଯେତେ ଉପକାରୀ ଏହି ଫଳଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ଓ ଚର୍ମ ପାଇଁ, ସେତେ ଉପକାରୀ ଏହାର ଚୋପା ମଧ୍ୟ। ଏହାର ବ୍ୟବହାର କରି ଆପଣ ମୁହଁର ସୌନ୍ଦର୍ଯ୍ୟକୁ ବଢ଼ାଇ ପାରିବେ। ଏହା ଦ୍ୱାରା ଆପଣ କେବଳ ବଜାରରେ ରାସାୟନିକ ପଦାର୍ଥ ଭରା ଉତ୍ପାଦଗୁଡ଼ିକ କିଣିବାରୁ ବଞ୍ଚିତ ହେବେ ନାହିଁ, ବରଂ ଚର୍ମରେ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ମଧ୍ୟ ମୁକ୍ତି ପାଇବେ। ବାସ୍ତବରେ, ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣ, ଧୂଳି-ମାଟି ଓ ପ୍ରଦୂଷଣ ହେତୁ ଚର୍ମରେ ଟ୍ୟାନିଂ, ସନ୍‌ବର୍ନ, ଭଳି ସମସ୍ୟା ଦେଖାଯାଏ। ସ୍କିନକୁ ଠିକ୍ କରିବାରେ ଚୋପାର ମଧ୍ୟ ବ୍ୟବହାର କରାଯାଇପାରେ।

ଫଳଗୁଡ଼ିକୁ ପେଷି ଫେସ୍‌ ପ୍ୟାକ୍‌ ତିଆରି କରିବା ବିଷୟରେ ତ ଆପଣ ସମସ୍ତଙ୍କଠାରୁ ଶୁଣିଥିବେ, କିନ୍ତୁ ସେମାନଙ୍କ ଚୋପା ମଧ୍ୟ ବଡ଼ କାମରେ ଲାଗେ। ଆପଣ ଚୋପାରୁ ମଧ୍ୟ ପେଷ୍ଟ ତିଆରି କରି ମୁହଁରେ ଲଗାଇ ପାରିବେ। ଏହା ଦ୍ୱାରା କେବଳ ଆପଣଙ୍କୁ ଗ୍ଲୋଇଁ ସ୍କିନ ମିଳିବ ନାହିଁ, ବରଂ ଆପଣ ସତେଜ ମଧ୍ୟ ଅନୁଭବ କରିବେ। ତେବେ ଆସନ୍ତୁ ଜାଣିବା କେଉଁ ସେହି ଫଳଗୁଡ଼ିକ, ଯାହାର ଚୋପା ମୁହଁରେ ଲଗାଇଲେ ଚର୍ମର ଉଜ୍ଜ୍ୱଳତା ବଢ଼ିଥାଏ।

ଏହି ୪ଟି ଫଳର ଚୋପାରୁ ତିଆରି କରନ୍ତୁ ଫେସ୍‌ ମାସ୍କ

ଅମୃତଭଣ୍ଡା ଚୋପାରୁ ଦୂର ହେବ କଳା ଦାଗ 

ଅମୃତଭଣ୍ଡା ଚୋପାକୁ ଶୁଖାଇ ତା’ର ପାଉଡର ତିଆରି କରନ୍ତୁ, ତା’ପରେ ସେଥିରେ ମହୁ ଓ ଲେମ୍ବୁରସ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ ଏବଂ ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। କାରଣ ଅମୃତଭଣ୍ଡା ଚୋପାରେ ପେପେନ୍‌ ନାମକ ଏକ ଏନଜାଇମ୍‌ ଥାଏ, ଯାହା ଟ୍ୟାନିଂ କମାଇବାରେ ସାହାଯ୍ୟ କରେ। ଏହା ଚର୍ମକୁ ଉଜ୍ଜ୍ୱଳ ଓ ନରମ କରେ। କଳା ଦାଗ କମାଇବା ପାଇଁ ଆପଣ ସପ୍ତାହରେ ୨-୩ ଥର ଏହାର ବ୍ୟବହାର କରିପାରନ୍ତି।

କଦଳୀ ଚୋପା ଦେବ ଆପଣଙ୍କୁ ଗୋଇଁ ସ୍କିନ୍ 

କଦଳୀ ଚୋପାର ଧଳା ରେଶାରେ ଆଲୋଭେରା ଜେଲ୍‌ ମିଶାନ୍ତୁ ଏବଂ ଏହାକୁ ଆଖି ତଳେ ଲଗାଇ ରଖନ୍ତୁ, ଏହା ଦ୍ୱାରା କଳା ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ସହିତ ସେହି ଚୋପାକୁ ମୁହଁରେ ଭଲ ଭାବେ ଘଷନ୍ତୁ। ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ ଏବଂ ତା’ପରେ ମୁହଁ ଧୋଇ ଦିଅନ୍ତୁ। କଦଳୀ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଦାଗ କମାଇବାରେ ସାହାଯ୍ୟ କରେ ଏବଂ ଚର୍ମରୁ ଜଳାପୋଡ଼ା ଭଳି ସମସ୍ୟାକୁ ହ୍ରାସ କରେ।

କମଳା ଚୋପାରୁ ଚର୍ମରେ ଆସିବ ନିଖାର

ନାରଙ୍ଗୀ ଚୋପାରୁ ଫେସ୍‌ ମାସ୍କ ତିଆରି କରିବା ପାଇଁ ଚୋପାକୁ ଶୁଖାଇ ପାଉଡର ତିଆରି କରନ୍ତୁ, ତା’ପରେ ଏଥିରେ ୨ ଚାମଚ ଆଲୋଭେରା ଜେଲ୍‌ ଓ ଲେମ୍ବୁରସ ମିଶାନ୍ତୁ। ଏବେ ଏହି ପେଷ୍ଟକୁ ୧୫ ମିନିଟ୍‌ ପାଇଁ ମୁହଁରେ ଲଗାନ୍ତୁ। କମଳା ଚୋପାର ପାଉଡରରେ ଚନ୍ଦନ ପାଉଡର ଓ ଗୋଲାପ ଜଳ ମିଶାଇ ଆପଣ ଫେସ୍‌ ସ୍କ୍ରବ୍‌ ଭାବେ ବ୍ୟବହାର କରିପାରନ୍ତି। କମଳା ଚୋପାରେ ଭିଟାମିନ୍‌ ସି ଥାଏ, ଯାହା ପ୍ରାକୃତିକ ଭାବେ ମୁହଁରୁ ଧୂଳି ଓ ମଇଳା ହଟାଇବାରେ ସାହାଯ୍ୟ କରେ।

ଡାଳିମ୍ବ ଚୋପା ଚର୍ମ ପାଇଁ ବରଦାନ ଠାରୁ କମ୍‌ ନୁହେଁ

ଡାଳିମ୍ବ ଚୋପାକୁ ଫେସ୍‌ ପ୍ୟାକ୍‌ ଭାବେ ବ୍ୟବହାର କରିବା ପାଇଁ ଚୋପାକୁ ଶୁଖାଇ ପାଉଡର ତିଆରି କରନ୍ତୁ, ତା’ପରେ ଏହାକୁ ଗୋଲାପ ଜଳ ସହିତ ମିଶାଇ ଲଗାନ୍ତୁ। ଆପଣଙ୍କ ସ୍କିନ୍ ଉଜ୍ଜ୍ୱଳ ଓ ଚିକ୍କଣ ହେବ ।

Leave a Reply

Your email address will not be published. Required fields are marked *