ଶନିବାର ରାତିରେ ଟ୍ରେନରୁ ତିନି ଘଣ୍ଟା ପାଇଁ ଗାଏବ ଥିଲେ କେନ୍ଦ୍ରମନ୍ତ୍ରୀ,୧୬୨ କିମି ଦୂରରୁ ମିଳିଲେ ଏହି ଓଡ଼ିଆ ମନ୍ତ୍ରୀ

oram

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟ୍ରେନ୍ ଯୋଗେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ମେ ୩ ତାରିଖ ଦିନ ନିଖୋଜ ହୋଇଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଶନିବାର ରାତିରେ ଘଟିଥିବା ଏହି ଘଟଣା ଭାରତୀୟ ରେଳବାଇକୁ ଚିନ୍ତାରେ ପକାଇଥିଲା ।  । ରବିବାର ସକାଳେ ଦମୋହରେ ଓରାମ ତାଙ୍କ ସିଟରେ ନଥିବା ଜଣା ପଡି଼ବା ପରେ ରେଳବାଇ ପୋଲିସ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ୩ ଘଣ୍ଟା ପରେ ତାଙ୍କୁ ସିହୋରା ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ସେତେବେଳେ ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଥିଲେ ଓ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା।

ଗୋଣ୍ଡୱାନା ଏକ୍ସପ୍ରେସରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସକୁ କେମିତି ଗଲେ ?

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡବାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିଲେ। ଶନିବାର ରାତିରେ ସେ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ। ରବିବାର ସକାଳେ ଦମୋହରେ ତାଙ୍କ ବର୍ଥ ଖାଲି ମିଳିଥିଲା। ଏହା ହଟଚମଟ ସୃଷ୍ଟି କରିଥିଲା। ରେଳବାଇ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ପ୍ରାୟ ୩ ଘଣ୍ଟା ଖୋଜାଖୋଜି ପରେ ସେ ୧୬୨ କିଲୋମିଟର ଦୂର ସିହୋରା ଷ୍ଟେସନରେ ମିଳିଥିଲେ। ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ ବି୩ରେ ବର୍ଥ ନମ୍ବର ୫୭ରେ ଥିଲେ।

ଚଳନ୍ତା ଟ୍ରେନରେ ଚଢ଼ିବା ସମୟରେ ଆଘାତ ଲାଗିଥିଲା

ସୂତ୍ର ଅନୁସାରେ, ମନ୍ତ୍ରୀ ସକାଳ ୩:୪୫ରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ। ସେତେବେଳେ ତାଙ୍କର ସୁଗାର ଲେବେଲ କମିଯାଇଥିଲା। ଟ୍ରେନ ଚାଲିବା ଆରମ୍ଭ ହୋଇଥିଲା ଓ ସେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଚଢ଼ୁଥିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା ଓ ଆଘାତ ଲାଗିଥିଲା। ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଆସିଥିଲା। ମନ୍ତ୍ରୀ ସେଥିରେ ଚଢ଼ି ବସିଥିଲେ।

ମନ୍ତ୍ରୀଙ୍କ ପିଏ ସୂଚନା ଦେଇଥିଲେ

ମନ୍ତ୍ରୀଙ୍କ ପିଏ କହିଥିଲେ ଯେ ସେ ହରଦୁଆରୁ ଅନ୍ତର୍ଦ୍ଧାନ ହୋଇଥିଲେ। ପରେ ଜଣାପଡ଼ିଥିଲା ଯେ ଟ୍ରେନ ସେଠାରେ ଅଟକି ହିଁ ନଥିଲା। ସକାଳ ୬:୫୫ରେ ମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଜବଲପୁର ଅଣାଯାଇଥିଲା।

ରେଳବାଇ କର୍ମଚାରୀଙ୍କୁ ସତର୍କ କରିଥିଲା

ରେଳବାଇର ସିନିୟର ଡିଏସିଏମ ଡକ୍ଟର ମଧୁର ବର୍ମା ଓ ସିହୋରାରେ ଆରପିଏଫ ପୋଷ୍ଟ ଇନଚାର୍ଜ ରାଜୀବ ଖରବ କହିଥିଲେ ଯେ ସୂଚନା ମିଳିବା ମାତ୍ରେ କର୍ମଚାରୀଙ୍କୁ ସତର୍କ କରାଯାଇଥିଲା। ଜବଲପୁର ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଇଥିଲା। ଏହି ପୂରା ଘଟଣା ଉପରେ ମନ୍ତ୍ରୀ ଜୁଏଲ ଓରାମଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *