ଶେନ୍ ୱାର୍ଣ୍ଣଙ୍କ ମୃତ୍ୟୁର ସତ କ’ଣ ? ହୋଟେଲ ରୁମରୁ ମିଥିଲା ‘କାମାଗ୍ରା’

ପ୍ରସିଦ୍ଧ କ୍ରିକେଟର ଶେନ୍ ୱାର୍ନଙ୍କ ମୃତ୍ୟୁର ତିନି ବର୍ଷ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ତିନି ବର୍ଷ ପରେ ଜଣେ ପୁଲିସ୍ ଅଧିକାରୀ ଦାବି କରିଛନ୍ତି ଯେ,ଶେନଙ୍କ ହୋଟେଲ ରୁମରେୁ ଏକ ଶକ୍ତିଶାଳୀ ସେକ୍ସ ଡ୍ରଗ୍ର ବୋତଲ ହଟାଇବାକୁ ତାଙ୍କୁ ଆଦେଶ ଦିଆଯାଇଥିଲା, ଯେଉଁଠାରେ ଶେନ୍ ୱାର୍ନଙ୍କ ମୃତ୍ୟୁ ହୋଇଥିଲା। ଶେନ୍ ୱାର୍ନଙ୍କ ମୃତ୍ୟୁ ୨୦୨୨ ମାର୍ଚ୍ଚ ମାସରେ ଥାଇଲ୍ୟାଣ୍ଡର କୋହ୍ ସମୁଇ ଦ୍ୱୀପରେ ‘lads holiday ନାମକ ସ୍ଥାନରେ ଗୋଟିଏ ହୋଟେଲରେ ହୃଦ୍ଘାତ ଯୋଗୁଁ ହୋଇଥିଲା। ଏବେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ସେ ୱାର୍ନଙ୍କ ଭିଲାରୁ ‘କାମାଗ୍ରା ଜେଲି’ର ଏକ ବୋତଲ ଚୁପ୍ଚାପ୍ ହଟାଇ ଦେଇଥିଲେ।

ତେବେ କ’ଣ ପୋଷ୍ଟମର୍ଟମ୍ ରିପୋର୍ଟର ମିଛ ଥିଲା ?

ପୋଷ୍ଟମର୍ଟମ୍ ରିପୋର୍ଟରେ ତାଙ୍କ ମୃତ୍ୟୁକୁ ‘ପ୍ରାକୃତିକ କାରଣ’ ବୋଲି କୁହାଯାଇଥିଲା, କିନ୍ତୁ ତାଙ୍କ କୋଠରୀରେ ‘କାମାଗ୍ରା’ ନାମକ ଔଷଧ ମିଳିବା ପରେ ଅନେକ ପ୍ରଶ୍ନ ଉଠିଛି। ପୁଲିସ୍ ଅଧିକାରୀଙ୍କ ଅନୁସାରେ, ତାଙ୍କୁ ଏହି ବୋତଲ ହଟାଇବାକୁ ଆଦେଶ ଦିଆଯାଇଥିଲା ଯେପରି ଶେନ୍ ୱାର୍ନଙ୍କ ମୃତ୍ୟୁ ସହ ଜଡ଼ିତ ଅନ୍ୟ କୌଣସି ତଥ୍ୟ ସାମ୍ନାକୁ ନ ଆସେ। ଶେନ୍ ୱାର୍ନଙ୍କ ମୃତ୍ୟୁ ପରେ ଅନେକ ପ୍ରକାରର କଥା ସାମ୍ନାକୁ ଆସୁଛି। ଥାଇଲ୍ୟାଣ୍ଡରେ ହୋଇଥିବା ପୋଷ୍ଟମର୍ଟମ୍ରେ କୁହାଯାଇଥିଲା ଯେ ତାଙ୍କ ମୃତ୍ୟୁ ଦୁର୍ବଳ ହୃଦୟ କାରଣରୁ ହୋଇଥିଲା।

‘କାମାଗ୍ରା’ ବୋତଲ ହଟାଇବାକୁ ଆଦେଶ

ତେବେ, ତାଙ୍କ କୋଠରୀରେ ‘କାମାଗ୍ରା’ ନାମକ ଔଷଧ ମିଳିବାରୁ ମାମଲା ଜଟିଳ ହୋଇପଡ଼ିଛି। ଏହି ଔଷଧ ଥାଇଲ୍ୟାଣ୍ଡରେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ବିନା ସହଜରେ ମିଳିଯାଏ। କିଛି ଲୋକଙ୍କ ମତ ଅନୁସାରେ, ଏହି ଔଷଧ ସେବନ କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ। ଜଣେ ପୁଲିସ୍ ଅଧିକାରୀ ନାମ ନ ପ୍ରକାଶ କରିବା ସର୍ତ୍ତରେ MailOnlineକୁ କହିଛନ୍ତି- ଆମକୁ ଆମର ସିନିୟର୍ସଙ୍କଠାରୁ ବୋତଲ ହଟାଇବାକୁ ଆଦେଶ ମିଳିଥିଲା। ଏହାର ଅର୍ଥ ହେଉଛି ତାଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କଠାରୁ ଏହି ଆଦେଶ ମିଳିଥିଲା।

ଅଷ୍ଟ୍ରେଲିଆର ଅଧିକାରୀମାନେ ଚାହୁଁନଥିଲେ ସେକ୍ସ ଔଷଧ କାରଣରୁ ଜାତୀୟ ନାୟକଙ୍କ ଛବି ଖରାପ ହେଉ । ଅଧିକାରୀ ଆଗକୁ କହିଛନ୍ତି- ଏହି ଆଦେଶ ଉପରୁ ଆସୁଥିଲା ଓ ମୋତେ ଲାଗୁଛି ଏଥିରେ ଅଷ୍ଟ୍ରେଲିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ସେମାନେ ଚାହୁଁ ନଥିଲେ ଯେ ସେମାନଙ୍କ ଜାତୀୟ ନାୟକଙ୍କ ମୃତ୍ୟୁର କାରଣ ସମସ୍ତେ ଜାଣନ୍ତୁ । ସେମାନେ ଶେନ୍ ୱାର୍ନଙ୍କ ଛବିକୁ ବଞ୍ଚାଇ ରଖିବାକୁ ଚାହୁଁଥିଲେ। ପୁଲିସ୍ ଅଧିକାରୀ କହିଛନ୍ତି- ତେଣୁ, ଆଧିକାରିକ ରିପୋର୍ଟରେ କୁହାଗଲା ଯେ ତାଙ୍କୁ ହୃଦ୍ଘାତ ହୋଇଥିଲା ଓ ମୃତ୍ୟୁରେ ଅନ୍ୟ କାରଣ କ’ଣ ହୋଇପାରେ ତାହାର କୌଣସି ଉଲ୍ଲେଖ କରାଗଲା ନାହିଁ। ରିପୋର୍ଟରେ କେବଳ ହୃଦ୍ଘାତର କଥା କୁହାଗଲା, ଯେତେବେଳେ କାମାଗ୍ରାର ବୋତଲ ମିଳିବା କଥା ଲୁଚାଇ ଦିଆଗଲା।

ଏହି ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ

ଜଣେ ସୂତ୍ର କହିଛନ୍ତି- ଏହା ପଛରେ ଅନେକ ଶକ୍ତିଶାଳୀ ଲୋକ ଥିଲେ। ଏହାର ଅର୍ଥ ହେଉଛି ଏହି ମାମଲାକୁ ଦବାଇ ରଖିବା ପାଇଁ ଅନେକ ବଡ଼ ଲୋକ ଏକାଠି କାମ କରିଥିଲେ। ସୂତ୍ର ଆଗକୁ କହିଛନ୍ତି- ତାଙ୍କ ବେଡରୁମରେ ଗୋଟିଏ ବୋତଲ ଥିଲା, କିନ୍ତୁ ଆମେ ଜାଣି ନାହୁଁ ସେ କେତେ ଔଷଧ ନେଇଥିଲେ। ଘଟଣାସ୍ଥଳରେ ବାନ୍ତି ଓ ରକ୍ତ ମଧ୍ୟ ଥିଲା, କିନ୍ତୁ ଆମକୁ କାମାଗ୍ରା ହଟାଇବାକୁ କୁହାଗଲା।

ବୁଢ଼ା ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ- କାମାଗ୍ରା ଔଷଧ

କାମାଗ୍ରା ଥାଇଲ୍ୟାଣ୍ଡରେ ଅବୈଧ ଓ ଏହାକୁ ଜାତୀୟ ଔଷଧ ଏଜେନ୍ସି ଦ୍ୱାରା ମାନ୍ୟତା ଦିଆଯାଇ ନାହିଁ। କିନ୍ତୁ, ଏହା ସହଜରେ ମିଳିଯାଏ। ଏହି ଔଷଧ ବୁଢ଼ା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହା ଟ୍ୟାବଲେଟ୍, ଓରାଲ୍ ଜେଲି ଓ ତରଳ ପଦାର୍ଥ ଭଳି ଅନେକ ରୂପରେ ମିଳିଥାଏ ଓ କେତେବେଳେ ୭ ପାଉଣ୍ଡ (ପ୍ରାୟ ୭୦୦ ଟଙ୍କା)ରେ ମଧ୍ୟ ମିଳିଯାଏ। ଏହି ଔଷଧର ଅନେକ ବିପଦଜନକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଛି। ଏହା ସେମାନଙ୍କ ପାଇଁ ବେଶ୍ ବିପଦଜନକ ଯେଉଁମାନଙ୍କୁ ହୃଦ୍ରୋଗ, ଯକୃତ ସମସ୍ୟା ଓ ନିମ୍ନ ରକ୍ତଚାପ ଅଛି। ଶେନ୍ ୱାର୍ନଙ୍କୁ ମଧ୍ୟ କୋହ୍ ସମୁଇ ଆସିବା ପୂର୍ବରୁ ହୃଦ୍ରୋଗ ଓ ଆଜମା ଥିଲା। ଏହି କଥା ତାଙ୍କ ମୃତ୍ୟୁର ତଦନ୍ତ କରୁଥିବା ଥାଇ ପୁଲିସ୍ ଅଧିକାରୀ କହିଥିଲେ।

Leave a Reply

Your email address will not be published. Required fields are marked *