ଜଣେ ପାଦ୍ରୀଙ୍କ ହତ୍ୟାର କାହାଣୀ,୭ ଶହ ବର୍ଷ ପରେ ରହସ୍ୟ ଉପରୁ ହଟିଲା ପରଦା !

ଜଣେ ପାଦ୍ରୀଙ୍କ ପାଖରେ ସବୁକିଛି ଥିଲା – ଆଭିଜାତ୍ୟ ଶ୍ରେଣୀର ପ୍ରେମିକା,ସମ୍ପଦା ଓ ସମାଜରେ ଦବଦବା। ତାଙ୍କର ଜଣେ ବିବାହିତା ଓ ସୁନ୍ଦରୀ ପ୍ରେମିକା ଥିଲେ, ଯିଏ ତାଙ୍କ ଇଶାରାରେ ନିଜକୁ ସମର୍ପି ଦେଉଥିଲେ। ବ୍ରହ୍ମଚାରୀର ଜୀବନ ବିତାଉଥିବା ଅଭିନୟ ଭିତରେ ପାଦ୍ରୀ ବିବାହିତା ପ୍ରେମିକା ସହିତ ଯୌନସୁଖର ଆନନ୍ଦ ନେଉଥିଲା । ଅପାର ଧନସମ୍ପଦ, ଯାହାକୁ ସେ ଧର୍ମର ନାଁରେ ଲୋକଙ୍କୁ ଭୟଭୀତ କରି ଆଦାୟ କରୁଥିଲେ। ସହରର ଲୋକଙ୍କ ଉପରେ ଥିଲା ତାଙ୍କର ଜବରଦସ୍ତ ପ୍ରାଧାନ୍ୟ। ତାଙ୍କ ବିରୋଧରେ ପାଟି ଖୋଲିବାର ଜୁ’ କାହାର ନଥିଲା । କେବଳ ଧାର୍ମିକ ନୁହେଁ, ରାଜନୈତିକ ଶକ୍ତି ମଧ୍ୟ ତାଙ୍କ ଆଗରେ ନତମସ୍ତକ ଥିଲା। କିନ୍ତୁ, ଦିନେ ସେହି ପାଦ୍ରୀଙ୍କ ହତ୍ୟା ହେଲା ଓ ସଡ଼କ ମଝିରେ ତାଙ୍କର ରକ୍ତାତ ଶରିର ମିଳିଥିଲା । କେହି ଛୁରୀରେ ଗଳା କାଟି ତାଙ୍କ ହତ୍ୟା କରିଥିଲା।

ନା କୌଣସି ସୁରାଗ, ନା ପ୍ରମାଣ, ନା କୌଣସି ପ୍ରତ୍ୟକ୍ଷଦର୍ଶୀ। ଏହା ଏକ ଏପରି ହତ୍ୟା ମାମଲା ଥିଲା, ଯାହା ଦୀର୍ଘ ସମୟ ଧରି ଏକ ରହସ୍ୟ ହୋଇ ରହିଥିଲା। ତଦନ୍ତ ହୋଇଥିଲା କିନ୍ତୁ ହତ୍ୟାକାରୀଙ୍କ ବିଷୟରେ କିଛି ଜଣାପଡ଼ିନଥିଲା। ଯେତେବେଳେ କୌଣସି ରାସ୍ତା ମିଳିଲା ନାହିଁ,ସେତେବେଳେ ଏହି ମାମଲାକୁ ବନ୍ଦ କରାଗଲା। କିନ୍ତୁ ଏବେ, ଏହି ମାମଲାରେ ଆଶ୍ଚର୍ଯ୍ୟଜନକ ପ୍ରମାଣ ମିଳିଛି। ଏହି ପ୍ରମାଣର ସାହାଯ୍ୟରେ ପାଦ୍ରୀଙ୍କ ହତ୍ୟାର ରହସ୍ୟ ଦୁନିଆ ଆଗରେ ଉନ୍ମୋଚିତ ହୋଇଛି। ପାଦ୍ରୀଙ୍କ ହତ୍ୟା ତାଙ୍କର ସେହି ପ୍ରେମିକା କରାଇଥିଲେ, ଯାହାଙ୍କ ସହ ମିଶି ସେ ଜୋରଜବରଦସ୍ତ ଟଙ୍କା ଆଦାୟ କରିବାର ରାକେଟ ଚଳାଉଥିଲେ। ହତ୍ୟା କାହିଁକି କରାଯାଇଥିଲା, କିପରି କରାଯାଇଥିଲା ଓ ଏହାର ପୂରା କାହାଣୀ କ’ଣ ଥିଲା, ଆସନ୍ତୁ ଜାଣିବା ।

ଘଟଣାର ପୃଷ୍ଠଭୂମି

ମାମଲାଟି ଇଂଲଣ୍ଡର ସାଲିସବରୀ ସହରର, ଯେଉଁଠାରେ ଚର୍ଚ୍‌ରେ ଜଣେ ପାଦ୍ରୀ ଥିଲେ, ନାମ ଜନ ଫୋର୍ଡ। ଏହି ପାଦ୍ରୀଙ୍କର ଜଣେ ବିବାହିତା ମହିଳା ଏଲା ଫିଟ୍ଜପେନଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଜନ ତାଙ୍କ ପ୍ରେମିକା ଏଲା ଓ ତାଙ୍କ ସ୍ୱାମୀଙ୍କ ସହ ମିଶି ଏକ ରାକେଟ ଚଳାଉଥିଲେ। ସେ ଛୋଟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରୁଥିଲେ ଓ କୌଣସି ବେଆଇନ୍ କାର୍ଯ୍ୟ ଚାଲିଥିବାର ପ୍ରମାଣ ମିଳିବା ପରେ ସେଠାରୁ ଟଙ୍କା ଆଦାୟ କରୁଥିଲେ। ପାଦ୍ରୀ ତାଙ୍କ ପ୍ରେମିକାଙ୍କ ସହ ମିଶି ଆରାମଦାୟକ ଜୀବନଯାପନ କରୁଥିଲେ, କିନ୍ତୁ ଏହି ସମୟରେ ସେ ତାଙ୍କ ପ୍ରେମିକା ବାବଦରେ ଗୋଟିଏ ଖବର ପାଇଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା ।

ଏକ ରାଜ ଯାହା ସବୁକିଛି ବଦଳାଇ ଦେଲା

ପାଦ୍ରୀ ଜନ ଜାଣିବାକୁ ପାଇଥିଲେ ଯେ ତାଙ୍କ ବିବାହିତା ପ୍ରେମିକାଙ୍କର ଅନ୍ୟ କେତେଜଣ ପୁରୁଷଙ୍କ ସହ ମଧ୍ୟ ସମ୍ପର୍କ ରହିଛି। ଏହି ରାହସ୍ୟ ଜଣାପଡ଼ିବା ପାଦ୍ରୀଙ୍କ ଆତ୍ମସମ୍ମାନ ଉପରେ ସିଧାସଳଖ ଆଘାତ ଥିଲା। ସେହି ସମୟରେ ଚର୍ଚ୍‌ରେ ଜଡ଼ିତ ଲୋକେ ଓ ପାଦ୍ରୀମାନେ ନିଜର ପ୍ରାଧାନ୍ୟକୁ ଗୁରୁତ୍ୱ ଦେଉଥିଲେ। ଯେତେ ଧନୀ କିମ୍ବା ଶକ୍ତିଶାଳୀ ବ୍ୟକ୍ତି ହେଉ ନା କାହିଁକି ଚର୍ଚ୍‌ର ଲୋକଙ୍କର ନିଜସ୍ୱ ଧାକ୍ ଥିଲା। ତେଣୁ ଯେତେବେଳେ ପାଦ୍ରୀ ଜଣିଲେ ଯେ ତାଙ୍କ ପ୍ରେମିକା କେବଳ ତାଙ୍କର ନୁହେଁ, ସେ ଏହାକୁ ନିଜର ଅପମାନ ବୋଲି ଭାବିଲେ।

ନା ଗହଣା, ନା ଭଲ ପୋଷାକ

ପ୍ରତିଶୋଧ ନେବାକୁ ପାଦ୍ରୀ ଏକ ଯୋଜନା ପ୍ରସ୍ତୁତ କଲେ ଓ ଷଡ଼ଯନ୍ତ୍ର ରଚି ତାଙ୍କ ପ୍ରେମିକା ଏଲାକୁ ଏକ ଧାର୍ମିକ ମାମଲାରେ ଦୋଷୀ ଘୋଷଣା କଲେ। ଏଲାକୁ ସଜା ଶୁଣାଯାଇଥିଲା ଯେ ସେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଲି ପାଦରେ ଚର୍ଚ୍‌ର ପରିକ୍ରମା କରିବେ। ତାଙ୍କ ଶରୀରରେ କୌଣସି ଗହଣା କିମ୍ବ ଆଡ଼ମ୍ବରପୂର୍ଣ୍ଣ ପୋଷାକ ରହିବ ନାହିଁ। ତାଙ୍କୁ ଚର୍ଚ୍‌କୁ ଜରିମାନା ଭାବେ ଏକ ବଡ଼ ରାଶି ମଧ୍ୟ ଦେବାକୁ ପଡ଼ିବ। ପାଦ୍ରୀଙ୍କ ପାଇଁ ଏହା କେବଳ ଏକ ସଜା ନଥିଲା, ବରଂ ତାଙ୍କର ପ୍ରତିଶୋଧ ଥିଲା। ସେ ଦେଖାଇବାକୁ ଚାହୁଁଥିଲେ ଯେ ତାଙ୍କୁ ଧୋକା ଦେଉଥିବା ଲୋକଙ୍କର କି ପରିଣତି ହୁଏ।

ଭାଇଙ୍କ ସହ ମିଶି ଭୟଙ୍କର ଷଡ଼ଯନ୍ତ୍ର

ଏଲା ଏହି ସଜାକୁ ନିଜର ଆତ୍ମସମ୍ମାନ ଉପରେ ଆଘାତ ଭାବିଲେ। ସେ କୌଣସି ସାଧାରଣ ମହିଳା ନଥିଲେ, ବରଂ ସେହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। ପାଦ୍ରୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କ ଭାଇଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କଲେ। ଯୋଜନା ଥିଲା – ପାଦ୍ରୀଙ୍କ ହତ୍ୟା। ନିଜ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଏଲା ଓ ତାଙ୍କ ଭାଇ ଦୁଇ ଚାକରଙ୍କୁ ଏହି ଷଡ଼ଯନ୍ତ୍ରରେ ସାମିଲ କଲେ। ହତ୍ୟା ପାଇଁ ଏକ ଦିନ ଚୟନ କରାଗଲା ଓ ସନ୍ଧ୍ୟା ହେବା ସହ ଅନ୍ଧକାର ବଢ଼ିବା ପରେ ବାହାନା କରି ପାଦ୍ରୀଙ୍କୁ ଡକାଯାଇଥିଲା।

ନା ହତ୍ୟାକାରୀ ମିଳିଲା, ନା ହତ୍ୟାର ଅସ୍ତ୍ର

ଯେତେବେଳେ ସୁଯୋଗ ମିଳିଲା, ଚାରିଜଣ ମିଶି ଏକ ଧାରୁଆ ଛୁରୀରେ ତାଙ୍କ ଗଳା କାଟି ଦେଲେ। ଏହାପରେ ତାଙ୍କ ମୃତଦେହକୁ ଏକ ଏପରି ସଡ଼କରେ ଫୋପାଡ଼ି ଦିଆଗଲା, ଯେଉଁଠାରେ ସୂର୍ଯ୍ୟ ଉଦୟ ହେବା ସହ ଲୋକଙ୍କ ଭିଡ଼ ଜମୁଥିଲା। ସୂର୍ଯ୍ୟ ଉଦୟ ହେବା ସହ ସହରରେ ହଟ୍ଟଗୋଳ ହେଲା। ପାଦ୍ରୀଙ୍କ ହତ୍ୟା ଖବର ନିଆଁ ପରି ବ୍ୟାପିଗଲା, କିନ୍ତୁ ତାଙ୍କୁ କିଏ ମାରିଥିଲା, ତାହା କେହି ଜାଣିପାରିଲେ ନାହିଁ। ସବୁକିଛି ରାତିର ଅନ୍ଧକାରରେ ଘଟିଥିଲା। ହତ୍ୟାକାରୀ ଓ ହତ୍ୟାର ଅସ୍ତ୍ର – ସବୁ ଲୁଚି ଯାଇଥିଲା। ମାମଲା ପୂରାପୂରି ଏକ ରହସ୍ୟ ପାଲଟି ଯାଇଥିଲା। ଯାହା ୭ଶହ ବର୍ଷ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଥିଲା ।

୭୦୦ ବର୍ଷ ପରେ ଜଣା ପଡ଼ିଲା ହତ୍ୟାକାରୀ କିଏ

ଆଶ୍ଚର୍ଯ୍ୟଜନକ ଭାବେ ଏହି ଘଟଣା ୧୩୭୭ ମସିହାର, ଯାହାର ରାଜ ଏବେ, ଅର୍ଥାତ୍ ୭୦୦ ବର୍ଷ ପରେ ଉନ୍ମୋଚିତ ହୋଇଛି। ଦୀର୍ଘ ତଦନ୍ତ ଓ ହଜାର ହଜାର ଦଲିଲ ଆଡ଼େଇବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଐତିହାସିକମାନେ ଏହି ମାମଲାର ଉନ୍ମୋଚନ କରିଛନ୍ତି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଇନଷ୍ଟିଟ୍ୟୁଟ ଅଫ କ୍ରିମିନୋଲୋଜିର ‘ମେଡିଆଭାଲ ମର୍ଡର ମ୍ୟାପ୍ସ’ ପ୍ରୋଜେକ୍ଟ ଅଧୀନରେ ଏହି ମାମଲାର ତଦନ୍ତ କରାଯାଇଥିଲା। ପ୍ରୋଫେସର ମାନୁଆଲ ଆଇଜନର ତାଙ୍କ ଦଳ ସହ ମିଶି କରୋନର୍ସ ରୋଲ୍ସ, ଆଇନଗତ ଦଲିଲ ଓ ଚର୍ଚ୍‌ର ଆର୍କାଇଭ ଖଙ୍ଗାଳି ମାମଲାର ତଳ ପର୍ଯ୍ୟନ୍ତ ପହଞ୍ଚିଥିଲେ।

ଏହି ଦସ୍ତାବିଜରୁ ମିଳିଥିଲା ପ୍ରମାଣ

କାମନା, ଶକ୍ତି ଓ ପ୍ରତିଶୋଧର କାହାଣୀ

ପ୍ରୋଫେସର ଆଇଜନର ତାଙ୍କ ଗବେଷଣା ପରେ ଜଣାଇଛନ୍ତି ଯେ ପାଦ୍ରୀ ଜନ ଫୋର୍ଡଙ୍କ ହତ୍ୟା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଚର୍ଚ୍‌ ଏଲାଙ୍କୁ ଅପମାନିତ କରିଥିଲା ଓ ଏହି ହତ୍ୟା ସେହି ଅପମାନର ପ୍ରତିଶୋଧ ଥିଲା। ଏହା ଥିଲା କାମନା, ଶକ୍ତି ଓ ପ୍ରତିଶୋଧର କାହାଣୀ। ରେକର୍ଡ ଅନୁସାରେ, ହତ୍ୟାକୁ ସଫଳ କରିବା ପାଇଁ ଏଲା ଓ ତାଙ୍କ ଭାଇ ଦୁଇ ନୂଆ ନୌକରଙ୍କ ସାହାଯ୍ୟ ନେଇଥିଲେ। ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଲା ଯେ ଏଲା, ତାଙ୍କ ସ୍ୱାମୀ ଓ ଜନ ଫୋର୍ଡ ମିଶି ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଭୟଭୀତ କରି ଟଙ୍କା ଆଦାୟ ପାଇଁ ଗ୍ୟାଙ୍ଗ ଗଠନ କରିଥିଲେ। ପୁରୁଣା ଚର୍ଚ୍‌ ରେକର୍ଡ ଅନୁସାରେ, ଏହି ଗ୍ୟାଙ୍ଗ ଏକଦା ଏକ ମଠ ଉପରେ ଚଢ଼ାଉ କରି ସେଠାରୁ ସମ୍ପତ୍ତି ଚୋରି କରିଥିଲେ ଓ ଏମିତିକି ଚର୍ଚ୍ଚର ପଶୁମାନଙ୍କୁ ମଧ୍ୟ ନିଜ ସହିତ ନେଇଯାଇଥିଲା ।

Leave a Reply

Your email address will not be published. Required fields are marked *