ପଣବନ୍ଦୀ ସୈନିକଙ୍କ ମଧ୍ୟରେ ପାକିସ୍ତାନୀ ସେନାର ବଡ଼ ଅଧିକାରୀ !

ଟ୍ରେନ୍ ହାଇଜାକ୍ ରେ ବନ୍ଦୀ ସୈନିକଙ୍କ ତାଲିକା ପ୍ରକାଶ ପାଇବା ପରେ ପାକିସ୍ତାନ ସେନା ପାଇଁ ବହୁତ ଲଜ୍ଜାଜନକ ସ୍ଥିତି ସୃଷ୍ଟି ହୋଇଛି ।  ବନ୍ଦୀ ସୈନିକଙ୍କ ତାଲିକାରେ ଜଣେ ମେଜର ରାଙ୍କ ଅଧିକାରୀଙ୍କ ନା ମଧ୍ୟ ସାମିଲ ଅଛି। ବଲୁଚ୍ ଲିବରେସନ୍ ଆର୍ମି ସମ୍ପୂର୍ଣ୍ଣ ବିବରଣୀ ସହିତ ୧୮୦ ଜଣ ବନ୍ଦୀ ସୈନିକଙ୍କ ତାଲିକା ପ୍ରକାଶ କରିଛି।

BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସରେ ଇକୋନୋମି ବର୍ଥରେ ଯାତ୍ରା କରୁଥିଲେ। ଅନ୍ୟପକ୍ଷରେ ଜଣେ ମେଜର ରାଙ୍କ ଅଧିକାରୀ ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ। ତାଙ୍କୁ ମଧ୍ୟ BLA ଯୋଦ୍ଧାମାନେ ବନ୍ଦୀ କରି ନେଇଛନ୍ତି। ଗିରଫ ମେଜରଙ୍କ ନାମ ଏମ ଆହସାନ ଜାଭିଦ।

ବନ୍ଦୀ ସୈନିକଙ୍କ ବିବରଣୀ ପ୍ରକାଶ କଲା BLA

BLA ଦ୍ୱାରା ସେୟାର କରାଯାଇଥିବା ବିସ୍ତୃତ ସୂଚନା ଅନୁଯାୟୀ, ମେଜର ରାଙ୍କ ଅଧିକାରୀ ଏସି ସ୍ଲିପର ବର୍ଥରେ ଯାତ୍ରା କରୁଥିଲେ । ଏହାସହ ୬ ଜଣ ଅଧିକାରୀ ଏସି ଷ୍ଟାଣ୍ଡାର୍ଡ ବଗିରେ ଯାତ୍ରା କରୁଥିବାବେଳେ ବାକି ସମସ୍ତ ସୈନିକ ଇକୋନୋମି ବର୍ଥରେ ଯାତ୍ରା କରୁଥିଲେ। ଜାଫର ଏକ୍ସପ୍ରେସ୍ ଏକ ଯାତ୍ରୀବାହୀ ଟ୍ରେନ।BLA ବନ୍ଦୀ ଥିବା ସୈନିକମାନଙ୍କର ଫୋନ୍ ନମ୍ବର ମଧ୍ୟ ସେୟାର କରିଛି। ଏହା ସହିତ, BLA ପାକିସ୍ତାନ ସେନାକୁ ନିଜର ଦାବି ମଧ୍ୟ ଜଣାଇଛି।

ମେଜରଙ୍କ ନାମ ଆସିବା ପରେ ପଛକୁ ହଟିଲା ପାକ୍ ସେନା

ଟ୍ରେନ୍ ଅପହରଣ ପରେ ପାକିସ୍ତାନ ସେନା ପୂର୍ବରୁ ସମାଲୋଚନାର ସମ୍ମୁଖୀନ ହେଉଥିଲା। ମେଜର ରାଙ୍କ ଅଧିକାରୀଙ୍କ ନାମ ସାମ୍ନାକୁ ଆସିବା ପରେ ସେନା ମୁହଁ ଲୁଚାଇବାକୁ ବାଟ ଖୋଜୁଛି । । କୁହାଯାଉଛି ଯେ ଗୋଟିଏ ଟ୍ରେନରେ ଏତେ ସଂଖ୍ୟକ ସୈନିକ କେମିତି ଯାଉଥିଲା? ଯାହାକୁ ନେଇ ଗୁଇନ୍ଦା ବିଭାଗର ବିଫଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଜାଫର ଏକ୍ସପ୍ରେସ୍ କ୍ୱେଟାରୁ ପେଶାୱର ପର୍ଯ୍ୟନ୍ତ ଚାଲିଥାଏ। ଏହି ଟ୍ରେନ୍ ବଲୁଚିସ୍ତାନର ଅଧିକାଂଶ ଅଞ୍ଚଳକୁ କଭର୍ କରେ।

୨୭ ଜଣ ଯୋଦ୍ଧା ନିହତ, ୩୦ ଜଣ ସୈନିକ ନିହତ

ପାକିସ୍ତାନ ସେନାର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେନା କହିଛି ଯେ ଏହି ସମୟ ମଧ୍ୟରେ ଆମେ ୨୭ ଜଣ ବିଦ୍ରୋହୀଙ୍କୁ ହତ୍ୟା କରିଛୁ। ଅନ୍ୟପକ୍ଷରେ, ବଲୁଚ୍ ସେନା କହିଛି ଯେ ଯାତ୍ରୀମାନଙ୍କୁ ପୂର୍ବରୁ ମୁକ୍ତ କରାଯାଇଛି। କେବଳ ପାକିସ୍ତାନ ସେନାର ସୈନିକମାନେ ଆମ ହେପାଜତରେ ଅଛନ୍ତି।

BLA ଅନୁଯାୟୀ, ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୩୦ ସୈନିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନରେ ସେନା ବିରୁଦ୍ଧରେ BLAର ଏକ ବଡ଼ ମୋର୍ଚ୍ଚା ଅଛି। ପାକିସ୍ତାନୀ ସେନା କହିଛି ଯେ ଏସବୁ ଆଫଗାନିସ୍ତାନର ଇଙ୍ଗିତରେ କରାଯାଉଛି।

ପାକିସ୍ତାନୀ ସେନାର କହିବା ଅନୁଯାୟୀ, ଆଫଗାନିସ୍ତାନ ସମର୍ଥନରେ BLA ବିଦ୍ରୋହୀ ଟ୍ରେନ୍କୁ ଅପହରଣ କରିଥିଲେ। ପାକିସ୍ତାନ କହିଛି ଯେ କେବଳ ଚୀନର ବିକାଶ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଭଳି କରାଯାଉଛି ।

Leave a Reply

Your email address will not be published. Required fields are marked *