କନ୍ନଡ଼ ଅଭିନେତ୍ରୀଙ୍କଠାରୁ ଜବତ ସୁନା କାହାକୁ ମିଳିବ ?

ranya

୧୪.୮ କେଜି ସୁନା ଚୋରା ଚାଲାଣ ଅଭିଯୋଗରେ କନ୍ନଡ ଅଭିନେତ୍ରୀ ରଣୟା ରାଓଗିରଫ ହୋଇଛନ୍ତି। କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ଗିରଫଦାରୀ କରାଯାଇଛି। ତାଙ୍କ ଠାରୁ ମୋଟ ୧୪.୮ କେଜି ସୁନା ଜବତ କରାଯାଇଛି। ମାର୍ଚ୍ଚ ୩ ତାରିଖ ରାତିରେ ସେ ଦୁବାଇରୁ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିନେତ୍ରୀ ସୁନାକୁ ନିଜ ପୋଷାକରେ ଲୁଚାଇ ରଖିଥିଲେ। ଅନେକ ଥର ଦୁବାଇ ଆସିବା ପରେ ଅଧିକାରୀଙ୍କୁ ସନ୍ଦେହ ହେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ,ଏହି କନ୍ନଡ ହିରୋଇନଙ୍କ ପାଖରେ କୌଣସି କାମ ନଥିଲା ତଥାପି ସେ ଅଏସ ଜୀବନ ଜାପନ କରୁଥିଲେ । ଆହୁରି ବଡ଼ କଥା ହେଉଛି ଏହି ହିରୋଇନ୍ ଜଣକ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍ୟା । ଗୋଟିଏ ଡ୍ରେସ୍ ପିନ୍ଧି ୧୫ ଦିନରେ ୫ ଥର ଦୁବାଇ ଯାତ୍ରା କରିବା ପରେ ରାଜସ୍ୱ ଅଧିକାରୀଙ୍କ ରାଡାରକୁ ମ୍ୟାଡମ୍ ଆସିଯାଇଥିଲେ । ଆଉ ତା’ପରେ ମ୍ୟାଡମ୍ ଏବେ ଜେଲର ହାୱା ଖାଉଛନ୍ତି । ରଣୟା ରାଓ ହେଉଛନ୍ତି ଆଇପିଏସ୍ ରାମଚନ୍ଦ୍ର ରାଓଙ୍କ ଝିଅ। ଏହି କାର୍ଯ୍ୟାନୁଷ୍ଠାନ ପରେ ୧୪.୮ କେଜି ସୁନା ନେଇ ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ଉଠୁଛି କାର୍ଯ୍ୟାନୁଷ୍ଠାନ ପରେ ଏହି ସୁନାର କ’ଣ ହେବ, କିଏ ପାଇବ?

ଜବତ ୧୪.୮ କେଜି ସୁନାର କ’ଣ ହେବ?

ସୁନା ଚୋରା ଚାଲାଣ କରୁଥିବା ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ସୀମା ଶୁଳ୍କ ବିଭାଗର ଷ୍ଟ୍ରଙ୍ଗରୁମ୍ ରେ ରଖାଯାଇଛି। ମାମଲା ପ୍ରକ୍ରିୟା ଆଗକୁ ବଢ଼ିବା ପର୍ଯ୍ୟନ୍ତ ଏହା ସେଠାରେ ରହିଛି। ଷ୍ଟ୍ରଙ୍ଗରୁମ୍ ରେ ସୁନା ପହଞ୍ଚିବା ପରେ ଯେଉଁ ବ୍ୟକ୍ତିଙ୍କ ନିକଟରୁ ସୁନା ଜବତ ହୋଇଛି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଏ।

ଗଣମାଧ୍ୟମ ରିପୋର୍ଟରେ ଜଣେ କଷ୍ଟମ ଅଧିକାରୀ କହିଛନ୍ତି, ଅଭିଯୁକ୍ତକୁ ସୀମା ଶୁଳ୍କ ବିଭାଗକୁ କହିବାକୁ ପଡ଼ିବ ଯେ ସେ ଏତେ ପରିମାଣର ସୁନା କେଉଁଠୁ ଆଣିଛନ୍ତି। ଏହାର ଉତ୍ତର ଲିଖିତ ଭାବେ ଦାଖଲ କରିବାକୁ ପଡ଼ିବ। ଉତ୍ତରକୁ ଆଧାର କରି ସେ ସୁନା ଫେରି ପାଇବେ କି ନାହିଁ ତାହା ସ୍ଥିର ହେବ। ଯଦି କର୍ତ୍ତୃପକ୍ଷ ତାଙ୍କ ଉତ୍ତରରେ ସନ୍ତୁଷ୍ଠ ହୁଅନ୍ତି, ତେବେ ସେ ଏହାକୁ ଫେରି ପାଇବେ । ଯଦି ଏହା ଆଇନ ବିରୋଧୀ ତେବେ ସୁନା ଫେରସ୍ତ କରାଯାଏ ନାହିଁ।

ଏଭଳି ପରିସ୍ଥିତିରେ ସୁନାକୁ ସୀମା ଶୁଳ୍କ ନିଷ୍କାସନ ବିଭାଗକୁ ପଠାଯାଏ ଏବଂ ତାହାର ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି ସୁନାକୁ ସିଲ୍ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ମିଣ୍ଟକୁ ପଠାଯାଇଥାଏ। ଏହାପରେ ଏହାକୁ ୯୯୯.୫ ଶୁଦ୍ଧତାର ସୁନା ବାରରେ ପରିଣତ କରାଯାଏ । ଏହାପରେ  ଆରବିଆଇ ଏହାକୁ ପୁନଃ ସୀମା ଶୁଳ୍କ ବିଭାଗକୁ ଫେରାଇ ଦିଏ। ଏହାପରେ ଏହି ସୁନା କଷ୍ଟମ ବିଭାଗକୁ ମିଳିଛି କି ନାହିଁ ତାହା ମଧ୍ୟ ନିଶ୍ଚିତ କରାଯାଏ।

ସୁନାକୁ ଆରବିଆଇକୁ ଫେରାଇ ଦିଆଯାଏ ଏବଂ ନିଲାମ କରାଯାଏ

ସୀମା ଶୁଳ୍କ ବିଭାଗର ଷ୍ଟାମ୍ପ ପରେ ସୁନା ଇଟାକୁ ଆରବିଆଇକୁ ଫେରାଇ ଦିଆଯାଏ । ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ନିଲାମ କରେ। ଏଥିପାଇଁ ଆରବିଆଇ ଟେଣ୍ଡର ବାହାର କରିଥାଏ। ଟେଣ୍ଡର ବାହାରିବା ପରେ ନିଲାମ କରାଯାଏ । ସର୍ବୋଚ୍ଚ ନିଲାମକାରୀ ଟଙ୍କା ଦେଇ ସୁନା ପାଇଥାନ୍ତି। ଏଥିରୁ ସର୍ଭିସ୍ ଚାର୍ଜ ହଟାଇବା ପରେ ବ୍ୟାଙ୍କ ପୂରା ଟଙ୍କା ସୀମା ଶୁଳ୍କ ବିଭାଗକୁ ପଠାଇଥାଏ।

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଭିନେତ୍ରୀ

ସୁନା ଜବତ କରିବା ପରେ ରଣୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗଣମାଧ୍ୟମରିପୋର୍ଟରେ ଦାବି କରାଯାଇଛି ଯେ, ରଣୟା ନିଜ ଅଣ୍ଟା, ଗୋଡ଼ ଏବଂ ଶରୀରର ଅନ୍ୟ ାନ୍ୟ ସ୍ଥାନରେ ଟେପ୍ ଲଗାଇ ସୁନା ଲୁଚାଇ ରଖିଥିଲେ। ଏଥିପାଇଁ ସେ ଏକ ସଂଶୋଧିତ ଜ୍ୟାକେଟ୍ ଓ ରିଷ୍ଟ ବେଲ୍ଟ ବ୍ୟବହାର କରିଥିଲେ। ଗତ ୧୫ ଦିନ ମଧ୍ୟରେ୫ ଥର ଦୁବାଇ ଯାଇଛନ୍ତି ରଣୟା । ଏତେ କମ୍ ସମୟ ମଧ୍ୟରେ ଏତେ ଥର ଗସ୍ତ କରିବା ପରେ ସେ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲେ, ଯାହା ପରେ କାର୍ଯ୍ୟାନୁଷ୍ଠାନରେ ସୁନା ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *