ହାଡ଼ରେ ଯନ୍ତ୍ରଣା କେଉଁ ଭିଟାମିନର ଅଭାବ ହେତୁ ହୁଏ? କିପରି ଏହାକୁ ପୂରଣ କରାଯାଇପାରିବ

ଆଜିକାଲି ଆପଣମାନେ ବହୁତ ଲୋକଙ୍କଠାରୁ ଶୁଣୁଥିବେ ଯେ ସାରା ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି। ବଦଳିଯାଇଥିବା ଜୀବନଶୈଳୀ ଏବଂ ଭୁଲ ଖାଦ୍ୟାଭ୍ୟାସ ହେତୁ ଶରୀରରେ ଅନେକ ପ୍ରକାରର ଭିଟାମିନ ଏବଂ ଖଣିଜ ପଦାର୍ଥର ଅଭାବ ହୋଇଯାଏ। ଏହାର ପ୍ରଭାବ ଶରୀରର ଅନେକ ଅଂଶରେ ଯନ୍ତ୍ରଣା ରୂପେ ଦେଖାଯାଏ। ଏହି ଯନ୍ତ୍ରଣା ହାଡ଼ରେ ମଧ୍ୟ ହୋଇପାରେ। ହାଡ଼ରେ ଯନ୍ତ୍ରଣାର ମୁଖ୍ୟ କାରଣ ମଧ୍ୟ ଏକ ଭିଟାମିନର ଅଭାବ ହୋଇଥାଏ। କେଉଁ ଭିଟାମିନର ଅଭାବ ହେତୁ ହାଡ଼ରେ ଯନ୍ତ୍ରଣା ହୁଏ ଏବଂ ଏହାର ଚିକିତ୍ସା କ’ଣ, କଣ କହୁଛନ୍ତି ବିଶେଷଜ୍ଞ ।

ସୁସ୍ଥ ଶରୀର ପାଇଁ ଅନେକ ଭିଟାମିନ ଏବଂ ଖନିଜ ପଦାର୍ଥର ଆବଶ୍ୟକତା ରହିଛି। ଏଥିମଧ୍ୟରୁ ଯେକୌଣସି ଭିଟାମିନ କିମ୍ବା ଖଣିଜର ଅଭାବ ହେତୁ ଅନେକ ଗୁରୁତର ରୋଗ ହୋଇଥାଏ। ହାଡ଼ ଏବଂ ଯଏଣ୍ଟରେ ଯନ୍ତ୍ରଣାର ଅନେକ କାରଣ ରହିଛି। ଯଏଣ୍ଟରେ ଯନ୍ତ୍ରଣା କ୍ୟାଲସିୟମର ଅଭାବ ଏବଂ ୟୁରିକ ଏସିଡ଼ର ବୃଦ୍ଧି ହେତୁ ହୋଇପାରେ। ହାଡ଼ରେ ଯନ୍ତ୍ରଣାର ପଛରେ ଭିଟାମିନର ଅଭାବ ମଧ୍ୟ ରହିପାରେ।

ଏହି ଭିଟାମିନର ହୁଏ ଅଭାବ 

ହାଡ଼ରେ ଯନ୍ତ୍ରଣାର ଅନେକ କାରଣ ରହିଛି। ଏଥିମଧ୍ୟରେ ବୟସ ବୃଦ୍ଧି ବ୍ୟତୀତ ମୁଖ୍ୟତଃ ୟୁରିକ ଏସିଡ଼ର ବୃଦ୍ଧି ଏବଂ ଭିଟାମିନ ଡିର ଅଭାବ ପ୍ରମୁଖ। ଭିଟାମିନ ଡି ସାଧାରଣତଃ ଆମକୁ ପ୍ରାକୃତିକ ଭାବେ ମିଳିଥାଏ, କିନ୍ତୁ ବ୍ୟସ୍ତବହୁଳ ଜୀବନ ଏବଂ ଏସି କୋଠରୀରେ ବସିବାର ଅଭ୍ୟାସ ଆମକୁ ପ୍ରାକୃତିକ ଭାବେ ଭିଟାମିନ ଡି ଗ୍ରହଣ କରିବାରୁ ଅଟକାଇଥାଏ। ସୂର୍ଯ୍ୟଙ୍କ କିରଣରୁ ଆମେ ସାଧାରଣତଃ ଭିଟାମିନ ଡି ପାଇଥାଉ। ଏହା ବ୍ୟତୀତ କିଛି ଖାଦ୍ୟ ପଦାର୍ଥରୁ ମଧ୍ୟ ଏହା ମିଳିଥାଏ। ତଥାପି ଲୋକମାନେ ଭିଟାମିନ ଡିର ଅଭାବ ବିଷୟରେ ଅଜଣା ରହିଥା’ନ୍ତି ଏବଂ ଯେତେବେଳେ ହାଡ଼ରେ ଯନ୍ତ୍ରଣା ଆରମ୍ଭ ହୁଏ, ସେତେବେଳେ ଏହାର ଚିକିତ୍ସା ଖୋଜନ୍ତି।

ଚିକିତ୍ସା କ’ଣ? 

ଯଦି ଆପଣଙ୍କୁ ମଧ୍ୟ ହାଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଛି, ତେବେ ପ୍ରଥମେ ଭିଟାମିନ ଡିର ପରୀକ୍ଷା କରାଇବା ଉଚିତ। ଏହା ସହିତ କ୍ୟାଲସିୟମ ଏବଂ ୟୁରିକ ଏସିଡ଼ର ମଧ୍ୟ ପରୀକ୍ଷା କରାଇବା ଉଚିତ। ଭିଟାମିନ ଡିର ଅଭାବ ଦୂର କରିବା ପାଇଁ ମଧ୍ୟାହ୍ନ ସମୟରେ ସୂର୍ଯ୍ୟକିରଣ ନିଶ୍ଚୟ ଗ୍ରହଣ କରନ୍ତୁ। ଏହା ସହିତ ଆହାରରେ ମାଛ, ଦୁଧ ଏବଂ ଅଣ୍ଡାକୁ ଅନ୍ତର୍ଭୁକ୍ତ କରନ୍ତୁ। ଏଗୁଡ଼ିକରେ ଭିଟାମିନ ଡି ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଭିଟାମିନ ଡିର ଅଭାବ ପୂରଣ ପାଇଁ ସପ୍ଲିମେଣ୍ଟ କିମ୍ବା ଔଷଧ ମଧ୍ୟ ନେଇପାରିବେ। ଏହା ବ୍ୟତୀତ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ। ନିଦ୍ରାର ଅଭାବ ହେତୁ ମଧ୍ୟ ହାଡ଼ରେ ଯନ୍ତ୍ରଣା ହୋଇପାରେ।

Leave a Reply

Your email address will not be published. Required fields are marked *