ଭାରତୀୟ ଟାର୍ଗେଟ୍ ଧ୍ୱଂସ କରିବାରେ କାହିଁକି ବିଫଳ ହେଲା ପାକ୍ ବାୟୁସେନା ?

ଅପରେସନ୍ ସିନ୍ଦୁର ଅଧୀନରେ ଭାରତ ତା’ର ଅତ୍ୟାଧୁନିକ ମଲ୍ଟି-ଲେୟାର୍ଡ କାଉଣ୍ଟର ଡ୍ରୋନ ଏବଂ ଏୟାର ଡିଫେନ୍ସ ଗ୍ରିଡ୍‌ର ସଫଳ ପରୀକ୍ଷଣ କରିଛି, ଯେଉଁଥିରେ ଶତ୍ରୁର ବାୟୁ ବିପଦ ଯଥା ଡ୍ରୋନ, ମିସାଇଲ ଏବଂ ବିମାନଗୁଡ଼ିକୁ କେବଳ ମାତ୍ର ଟ୍ରାକ୍ କରାଯାଇ ନାହିଁ, ବରଂ ସମୟ ଥାଉଥାଉ ନଷ୍ଟ ମଧ୍ୟ କରାଯାଇଛି। ଚାରି ସ୍ତର ବିଶିଷ୍ଟ ଡିଫେନ୍ସ ସିଷ୍ଟମ୍ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଶତ୍ରୁକୁ ନିଜର ପ୍ରସ୍ତୁତି ଦ୍ୱାରା ଆଶ୍ଚର୍ଯ୍ୟ କରିବାରେ ମଧ୍ୟ ସଫଳ ହୋଇଛି।

ଅପରେସନ୍ ସିନ୍ଦୁରରେ ଭାରତର ବାୟୁ କ୍ଷେତ୍ର ରକ୍ଷା ପାଇଁ ମଲ୍ଟି-ଲେୟାର ଏୟାର ଡିଫେନ୍ସ ଗ୍ରିଡ୍‌ର ଅସାଧାରଣ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହି ସିଷ୍ଟମ୍ ଆଧୁନିକ ପ୍ରଯୁକ୍ତିବିଦ୍ୟା, ରଣନୀତିକ ସ୍ତର ଏବଂ ରିୟଲ-ଟାଇମ୍ ସମନ୍ୱୟ ଉପରେ ଆଧାରିତ, ଯାହା ଦେଶର ସୀମାକୁ ଆକାଶ ମାର୍ଗରୁ ଯେକୌଣସି ବିପଦରୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ। ଆସନ୍ତୁ ଏହାର ପ୍ରତ୍ୟେକ ବିବରଣୀ ବୁଝିବା:

ଚାରି ସ୍ତର ବିଶିଷ୍ଟ ସୁରକ୍ଷା କବଚ:
ଭାରତୀୟ ବାୟୁ ରକ୍ଷା ପ୍ରଣାଳୀକୁ ଚାରି ସ୍ତରରେ ବିଭକ୍ତ କରାଯାଇଛି, ଯାହା ଯେକୌଣସି ପ୍ରକାରର ଡ୍ରୋନ, ମିସାଇଲ ବା ଶତ୍ରୁର ଯୁଦ୍ଧ ବିମାନଗୁଡ଼ିକଠାରୁ ପ୍ରଭାବଶାଳୀ ସୁରକ୍ଷା ପ୍ରଦାନ କରେ।

  1. ପ୍ରଥମ ସ୍ତର – କାଉଣ୍ଟର ଡ୍ରୋନ ଏବଂ MANPADS: ସୀମାନ୍ତ ଅଞ୍ଚଳରେ ୨୦୦ କିଲୋମିଟର ମଧ୍ୟରେ ଏଣ୍ଟି-ଡ୍ରୋନ ସିଷ୍ଟମ ଏବଂ MANPADS ଯେପରିକି IGLA, LLAD ମୁତୟନ କରାଯାଇଛି। ଏଗୁଡ଼ିକ ଛୋଟ, ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଲକ୍ଷ୍ୟଗୁଡ଼ିକୁ ତୁରନ୍ତ ନିଶାନା କରିବାରେ ସକ୍ଷମ।
  2. ଦ୍ୱିତୀୟ ସ୍ତର – ପଏଣ୍ଟ ଏୟାର ଡିଫେନ୍ସ ଏବଂ SR-SAM: ଏହି ସ୍ତରରେ SR-SAM (ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ), ଯେପରିକି ସ୍ପାଇଡର ଏବଂ SAMAR ପ୍ରଣାଳୀ ମୁତୟନ କରାଯାଇଛି, ଯାହା ଅଳ୍ପ ଦୂରତାରେ ଦ୍ରୁତ ଗତିରେ ଆସୁଥିବା ବାୟୁ ବିପଦଗୁଡ଼ିକୁ ନଷ୍ଟ କରିପାରେ।
  3. ତୃତୀୟ ସ୍ତର – MRSAM (ବାରାକ-୮): ଏହି ସ୍ତର ମଧ୍ୟମ ଦୂରତାର ମିସାଇଲ ଆକ୍ରମଣ ଏବଂ ବିମାନଗୁଡ଼ିକୁ ରୋକିବା ପାଇଁ ପ୍ରସ୍ତୁତ। ଇସ୍ରାଏଲୀ ସହଯୋଗରେ ବିକଶିତ MRSAM ପ୍ରଣାଳୀ ଏଥିରେ ମୁଖ୍ୟତଃ ବ୍ୟବହୃତ ହୋଇଛି।
  4. ଚତୁର୍ଥ ସ୍ତର – LRSAM (ଏସ-୪୦୦): ଏହି ସ୍ତରରେ ରୁଷିଆରୁ କ୍ରୟ କରାଯାଇଥିବା ଏସ-୪୦୦ ଟ୍ରାଇମ୍ଫ ସିଷ୍ଟମ ମୁତୟନ କରାଯାଇଛି, ଯାହା ୪୦୦ କିଲୋମିଟର ଦୂରରୁ ଯେକୌଣସି ବାୟୁ ବିପଦକୁ ଟ୍ରାକ ଏବଂ ନଷ୍ଟ କରିବାର ଶକ୍ତି ରଖେ। ଏହି ଏୟାର ଡିଫେନ୍ସ ସିଷ୍ଟମର ଅପରେସନ୍ ସିନ୍ଦୁର ସମୟରେ ପ୍ରମୁଖ ଭୂମିକା ରହିଥିଲା, ଯାହା ଶତ୍ରୁ ପାକିସ୍ତାନର ଏକଟି ମଧ୍ୟ ଡ୍ରୋନ ବା ମିସାଇଲକୁ ଆମ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥିଲା।

ଆକାଶତୀରର ଶକ୍ତି:
‘ଆକାଶତୀର’ ଏବଂ ‘IACCS’ ନେଟୱାର୍କ ସହ ସଂଯୁକ୍ତ ନିରୀକ୍ଷଣ: ସମଗ୍ର ଗ୍ରିଡକୁ ଆକାଶତୀର କମାଣ୍ଡ ସିଷ୍ଟମ ଏବଂ IACCS (ଇଣ୍ଟିଗ୍ରେଟେଡ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ) ସହ ସଂଯୁକ୍ତ କରାଯାଇଛି, ଯାହା ରଡାର ଏବଂ ମିସାଇଲ ୟୁନିଟ ମଧ୍ୟରେ ଦ୍ରୁତ ଡାଟା ସ୍ଥାନାନ୍ତର ଏବଂ ସମନ୍ୱୟ ସୁନିଶ୍ଚିତ କରେ। ଏହା ଏପରି ଏକ ସିଷ୍ଟମ ଯାହା ସମଗ୍ର ଦେଶରେ ଯୁଦ୍ଧ ସମୟରେ ହେଉଥିବା ବାୟୁ ଗତିବିଧିର ସୂଚନା ଏକ ସ୍ଥାନରେ ଉପଲବ୍ଧ କରାଏ, ଯାହା ପରେ ଭାରତର ତିନୋଟି ସେନା ଏବଂ ଭାରତୀୟ ଏୟାର ଡିଫେନ୍ସ ଏହା ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ କରେ।

ରଡାର ଏବଂ ନିରୀକ୍ଷଣ ସିଷ୍ଟମ: ବିଭିନ୍ନ ରେଞ୍ଜର ରଡାର – ଯେପରିକି LLR, MPR ଏବଂ HPR – ଚବିଶ ଘଣ୍ଟା ସୀମାରେ ନିରୀକ୍ଷଣ କରୁଛି, ଯାହା ଶତ୍ରୁର ଯେକୌଣସି ଗତିବିଧିକୁ ସମୟ ଥାଉଥାଉ ଚିହ୍ନଟ କରେ।

ବିଶ୍ୱ ଦେଖିଲା ଭାରତର ଶକ୍ତି:
ଅପରେସନ୍ ସିନ୍ଦୁର ଭାରତର ବାୟୁ ରକ୍ଷା କ୍ଷମତାକୁ କେବଳ ଦେଶ ମଧ୍ୟରେ ନୁହେଁ, ବରଂ ବିଶ୍ୱ ସ୍ତରରେ ମଧ୍ୟ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି। ଭାରତର ସୀମା ଅତିକ୍ରମ କରିବା ଏବେ ଶତ୍ରୁମାନଙ୍କ ପାଇଁ ଅସମ୍ଭବ ପରି। ଏହି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥଆ ଆଗାମୀ ସମୟରେ ଭାରତର ସାମରିକ ରଣନୀତିର ମେରୁଦଣ୍ଡ ସାବ୍ୟସ୍ତ ହେବ।

ରଡାର ନେଟୱାର୍କ ଏବଂ D-I-A-D ସିଦ୍ଧାନ୍ତ:
ଭାରତର ରଡାର ପ୍ରଣାଳୀ, ଯେଉଁଥିରେ LLR, MPR, HPR ସାମିଲ, ପାକିସ୍ତାନର ADGS (ଏୟାର ଡିଫେନ୍ସ ଗ୍ରାଉଣ୍ଡ ସିଷ୍ଟମ) ଦ୍ୱାରା ପରିଚାଳିତ ଗତିବିଧି ଉପରେ ନିରନ୍ତର ନଜର ରଖୁଥିଲା। ଭାରତୀୟ ପ୍ରତିକ୍ରିୟା ଏହି ସିଦ୍ଧାନ୍ତ ଉପରେ ଆଧାରିତ ଥିଲା: D – Detect (ଚିହ୍ନଟ କରିବା), I – Identify (ପରିଚୟ କରିବା), A – Allocate (ପ୍ରତିଶୋଧମୂଳକ ଅସ୍ତ୍ର ସକ୍ରିୟ କରିବା), D – Destroy (ନଷ୍ଟ କରିବା)।

ଅପରେସନ୍ ସିନ୍ଦୁରରେ ଭାରତ ଦେଖାଇ ଦେଇଛି ଯେ ତା’ର ବାୟୁ ରକ୍ଷା ପ୍ରଣାଳୀ କେବଳ କାଗଜରେ ନୁହେଁ, ବରଂ ତୃଣମୁଳ ସ୍ତରରେ ମଧ୍ୟ ଅଭେଦ୍ୟ। ଏହି ମଲ୍ଟି-ଲେୟାର ସିଷ୍ଟମ୍ ଦେଶର ସୀମାକୁ ଶତ୍ରୁର ଯେକୌଣସି ହବାଇ ଆକ୍ରମଣରୁ ସୁରକ୍ଷିତ ରଖିବାରେ ସକ୍ଷମ।

Leave a Reply

Your email address will not be published. Required fields are marked *