ଡାଇବେଟିସ୍ ବା ମଧୁମେହକୁ ସାଧାରଣତଃ କେବଳ ରକ୍ତରେ ଶର୍କରାର ରୋଗ ବୋଲି ବିବେଚନା କରାଯାଏ, କିନ୍ତୁ ଏହା ଶରୀରର ଅନେକ ଅଙ୍ଗକୁ ଧୀରେ ଧୀରେ କ୍ଷତି ପହଞ୍ଚାଇପାରେ। ଏହା କେବଳ ଆଖି, କିଡନୀ ବା ହୃଦୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ହାଡ଼ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼େ। ନିକଟରେ ହୋଇଥିବା କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ ଡାଇବେଟିସ୍ ରୋଗୀମାନଙ୍କୁ ହାଡ଼ ଭାଙ୍ଗିବା ବା ଫ୍ରାକଚର ହେବାର ଆଶଙ୍କା ସାଧାରଣ ଲୋକଙ୍କ ତୁଳନାରେ ଅଧିକ।
ଡାଇବେଟିସ୍ ଓ ହାଡ଼ର ସମ୍ପର୍କ
ଡାଇବେଟିସ୍ ରୋଗୀଙ୍କ ହାଡ଼ ଦୁର୍ବଳ ହୋଇଯାଏ, ଯାହାଦ୍ୱାରା ସେମାନଙ୍କର ମଜବୁତ କମିଯାଏ। ହାଡ଼ର ଏହି ଦୁର୍ବଳତା ବାହାରୁ ଦେଖାଯାଏ ନାହିଁ, କିନ୍ତୁ ଭିତରେ ଭିତରେ ସେମାନଙ୍କର ଗଠନ ବଦଳିବାକୁ ଲାଗେ। ଏହାଦ୍ୱାରା ଅଳ୍ପ ଆଘାତ ମଧ୍ୟ ଗମ୍ଭୀର ଫ୍ରାକଚରର କାରଣ ହୋଇପାରେ।
ଟାଇପ୍-୧ ଓ ଟାଇପ୍-୨ ଉଭୟ ପ୍ରକାରର ଡାଇବେଟିସ୍ ହାଡ଼କୁ ପ୍ରଭାବିତ କରେ, କିନ୍ତୁ ଟାଇପ୍-୧ ଡାଇବେଟିସ୍ରେ ଏହି ଆଶଙ୍କା ଅଧିକ ହୁଏ କାରଣ ଏହା ସାଧାରଣତଃ କମ୍ ବୟସରେ ଆରମ୍ଭ ହୁଏ ଓ ଦୀର୍ଘ ସମୟ ଧରି ରହେ।
ହାଡ଼ କାହିଁକି ଦୁର୍ବଳ ହୁଏ?
ରକ୍ତରେ ଶର୍କରାର ଅସନ୍ତୁଳନ: ଯେତେବେଳେ ଶରୀରରେ ଶର୍କରାର ମାତ୍ରା ଦୀର୍ଘ ସମୟ ଧରି ଅଧିକ ରହେ, ଏହା ହାଡ଼ର କୋଷଗୁଡ଼ିକୁ କ୍ଷତି ପହଞ୍ଚାଏ।
ଇନସୁଲିନର ଭୂମିକା: ଇନସୁଲିନ କେବଳ ଶର୍କରା ନିୟନ୍ତ୍ରଣ କରେ ନାହିଁ, ବରଂ ହାଡ଼ ଗଠନରେ ମଧ୍ୟ ସାହାଯ୍ୟ କରେ। ଡାଇବେଟିସ୍ରେ ଇନସୁଲିନର ଅଭାବ ବା ପ୍ରଭାବ ନ ହେବା ହାଡ଼କୁ କ୍ଷତି ପହଞ୍ଚାଏ।
ସ୍ନାୟୁ ଓ ଆଖି ଉପରେ ପ୍ରଭାବ: ଡାଇବେଟିସ୍ ଯୋଗୁଁ ଶରୀରର ସ୍ନାୟୁ ଦୁର୍ବଳ ହୁଏ, ଯାହାଦ୍ୱାରା ସନ୍ତୁଳନ ବିଗିଡ଼ିପାରେ ଓ ପଡ଼ିଯିବାର ଆଶଙ୍କା ବଢ଼େ। ଏହି ପଡ଼ିଯିବା ଫ୍ରାକଚରର କାରଣ ହୋଇପାରେ।

କେଉଁ ଅଂଶ ଅଧିକ ପ୍ରଭାବିତ ହୁଏ?
ଡାଇବେଟିସ୍ ରୋଗୀଙ୍କ ମେରୁଦଣ୍ଡ (ସ୍ପାଇନ), ଓ ହାତ-ଗୋଡ଼ର ହାଡ଼ରେ ଫ୍ରାକଚର ହେବାର ସମ୍ଭାବନା ଅଧିକ। ଅନେକ ସମୟରେ ଗମ୍ଭୀର ଆଘାତ ବିନା ମଧ୍ୟ ହାଡ଼ ଭାଙ୍ଗିପାରେ।
ପ୍ରତିକାର ଉପାୟ
ରକ୍ତରେ ଶର୍କରା ନିୟନ୍ତ୍ରଣ: ନିୟମିତ ଶର୍କରା ମାତ୍ରା ଯାଞ୍ଚ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ।
କ୍ୟାଲସିୟମ୍ ଓ ଭିଟାମିନ୍ D: ହାଡ଼କୁ ମଜବୁତ ରଖିବା ପାଇଁ ଖାଦ୍ୟରେ କ୍ୟାଲସିୟମ୍ ଓ ଭିଟାମିନ୍ D ଅନ୍ତର୍ଭୁକ୍ତ କରନ୍ତୁ। ବ୍ୟାୟାମ: ପ୍ରତିଦିନ ହାଲୁକା ବ୍ୟାୟାମ କରନ୍ତୁ ଯାହା ହାଡ଼କୁ ସକ୍ରିୟ ରଖେ।