ଗାଁ ପିଲାଙ୍କଠାରୁ ଡେରିରେ କଥା କହିବା ଶିଖନ୍ତି ସହରି ପିଲା,ଏଥିପାଇଁ ମା-ବାପାଙ୍କୁ ଦାୟୀ କଲା ଗବେଷଣା
ଯଦି ଆମେ ପିଲାମାନଙ୍କର ବୃଦ୍ଧି କିମ୍ବା ବିକାଶ ବିଷୟରେ କହିବା ତେବେ ସେମାନଙ୍କ ଜୀବନର ପ୍ରଥମ ଚାରି ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ପିଲାମାନେ କହିବାକୁ ଶିଖନ୍ତି, ଚାଲିବା ଆରମ୍ଭ କରନ୍ତି ଏବଂ ଅନ୍ୟାନ୍ୟ ଦକ୍ଷତା ସେମାନଙ୍କ ବିକାଶରେ ଯୋଡି ହୋଇଯାଏ । ପିଲାମାନଙ୍କର କଥାବାର୍ତ୍ତା ବିଷୟରେ ବିଶ୍ୱାସ କରାଯାଏ ଯେ ସହରରେ ରହୁଥିବା ପିଲାମାନେ ବିଳମ୍ବରେ କହିବା ଆରମ୍ଭ କରନ୍ତି ଏବଂ ତୁଳନାତ୍ମକ ଭାବରେ ଗାଁ ପିଲାମାନେ ଶୀଘ୍ର କହିବା ଆରମ୍ଭ କରନ୍ତି ।
ଅଧିକାଂଶ ପିଲା ୧୮ ମାସ ବୟସରୁ କହିବା ଆରମ୍ଭ କରନ୍ତି ଏବଂ ଦୁଇରୁ ତିନି ବର୍ଷ ବୟସ ପର୍ଯ୍ୟନ୍ତ ସେମାନେ ସମ୍ପୂର୍ଣ୍ଣ ବାକ୍ୟ କହିପାରନ୍ତି । ତଥାପି ପ୍ରତ୍ୟେକ ଶିଶୁର ବିକାଶ ଅଲଗା ଏବଂ କିଛି ପିଲା ଶୀଘ୍ର କହିବା ଆରମ୍ଭ କରୁଥିବାବେଳେ ଅନ୍ୟମାନେ ପରେ କଥା ହୁଅନ୍ତି । ବର୍ତ୍ତମାନ ସହର ଏବଂ ଗାଁର ପିଲାମାନେ କହିବା ଆରମ୍ଭ କରୁଥିବା ସମୟର ପାର୍ଥକ୍ୟ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ କ’ଣ ସାମ୍ନାକୁ ଆସନ୍ତୁ ଜାଣିବା ।
ଅଧ୍ୟୟନ କ’ଣ କହୁଛି ?
ଅଧ୍ୟୟନର ମୁଖ୍ୟ ଲେଖକ କହିଛନ୍ତି ଯେ ପିଲାମାନଙ୍କ କଥାରେ କିପରି ପାର୍ଥକ୍ୟ ହୋଇପାରେ? ଅଧ୍ୟୟନରେ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ୧୦୦୧ ପିଲାଙ୍କୁ ନିଆଯାଇଥିଲା ଏବଂ ଏହି ପିଲାମାନଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା ଯେ ସହର ଏବଂ ଗାଁରେ ରହିବା ପିଲାମାନଙ୍କ ଭାଷା ଶିକ୍ଷା ଉପରେ କିପରି ପ୍ରଭାବ ପକାଇଥାଏ ।
ଏହି କାରଣଗୁଡିକ ପ୍ରତି ଧ୍ୟାନ
ଅଧ୍ୟୟନରେ ପିଲାମାନଙ୍କର କଥା କହିବା ସମୟ, ସେମାନେ ବାଳିକା କିମ୍ବା ବାଳକ, ସେମାନଙ୍କର ଆଖପାଖ ପରିବେଶ ଏବଂ ଏକାସାଙ୍ଗରେ ଏକାଧିକ ଭାଷାର ସଂସ୍ପର୍ଶରେ ଆସିଥିବା କାରଣଗୁଡିକ ଅନ୍ତର୍ଭୁକ୍ତ କରାଯାଇଥିଲା | ଏହି ଅଧ୍ୟୟନରେ ଏହା ପ୍ରକାଶ ପାଇଲା ଯେ ପିଲାମାନେ ସେତେବେଳେ ଶୀଘ୍ର କହିବାକୁ ଶିଖନ୍ତି, ଯେତେବେଳେ ସେମାନଙ୍କ ପରିବାରର ବୟସ୍କ ସଦସ୍ୟଙ୍କ କଥା ଅଧିକ ଶୁଣନ୍ତି ।
ପିତାମାତା କ’ଣ କରିବା ଉଚିତ୍ ?
ଏହି ଅଧ୍ୟୟନରେ କୁହାଯାଇଛି ଯେ ପିଲାଙ୍କ କଥା କହିବା ଶିଖିବା ପାଇଁ ପିତାମାତାଙ୍କ ଦୁର୍ବଳ ଅର୍ଥନୈତିକ ଏବଂ ସାମାଜିକ ପରିବେଶ ଦାୟୀ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ପିଲାମାନେ ଶୀଘ୍ର କହିବାକୁ ଶିଖନ୍ତି ଯେତେବଳେ ସେମାନଙ୍କ ଆଖପାଖରେ ରହୁଥିବା ଲୋକମାନଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି । ଯଦି ତୁମେ ପିଲା ସହିତ ଅଧିକ କଥାବାର୍ତ୍ତା କର ଏହା ସମ୍ଭବ ଯେ ସେ ଶୀଘ୍ର କଥା କହିବା ଆରମ୍ଭ କରିବ ।
ସହରର ପିଲାମାନେ ବିଳମ୍ବରେ କଥା ହୁଅନ୍ତି
ପିଲାମାନଙ୍କର କଥାବାର୍ତ୍ତା କିମ୍ବା ଭାଷା ଶିକ୍ଷା ମଧ୍ୟରେ ସମ୍ପର୍କ ଏପରି ଯେ ସହରଗୁଡିକରେ ପିଲାମାନେ ବଡ଼ମାନେ କଥା ହେବା ବେଳେ ଶୁଣିବାର ସୁଯୋଗ ପାଆନ୍ତି ନାହିଁ । ଯେତେବେଳେ କି ଗାଁ ମାନଙ୍କରେ ଲୋକମାନେ ନିକଟବର୍ତ୍ତୀ ରୁହନ୍ତି ଏବଂ ପିଲାମାନେ ସେମାନଙ୍କ ଆଖପାଖ ଲୋକଙ୍କ କଥା ଶୁଣନ୍ତି, ଯେଉଁଥିପାଇଁ ସେମାନେ ଶୀଘ୍ର କହିବାକୁ ଶିଖିପାରନ୍ତି ।
ଅଧ୍ୟୟନ କିପରି କରାଯାଇଥିଲା?
ଏହି ଅଧ୍ୟୟନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ୧୨ଟି ଦେଶ ଦ୍ୱାରା ପରିଚାଳିତ ହେବା ସହିତ ୪୩ ଟି ଭାଷା ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଅଧ୍ୟୟନରେ ସହରର ତଥା ଗାଁର ପିଲାମାନଙ୍କୁ ନିଆଯାଇଥିଲା । ପିଲାମାନଙ୍କର ବୟସ ବିଷୟରେ କହିବାକୁ ଗଲେ, ସେମାନଙ୍କର ବିକାଶ ପର୍ଯ୍ୟାୟରେ ଦୁଇ ମାସରୁ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ସ୍ୱର ଅନେକ ଥର ରେକର୍ଡ କରାଯାଇଥିଲା । ୪୦ ହଜାର ଘଣ୍ଟା ରେକର୍ଡିଂ ସାହାଯ୍ୟରେ ମେସିନ୍ ଲର୍ଣ୍ଣିଂ କରାଯାଇଥିଲା ଏବଂ ଭାଷା ଶିକ୍ଷା ପ୍ରକ୍ରିୟାର ଅନେକ କାରଣକୁ ବିଚାରକୁ ନିଆଯାଇଥିଲା ।
