ସାହିଦ କପୁରଙ୍କ ପତ୍ନୀ ଅହଙ୍କାରୀ,୧୫ ଶହ ଟଙ୍କା ପାଇଁ ହୋଟେଲ କର୍ମଚାରୀଙ୍କ ସହ କରନ୍ତି ଝଗଡ଼ା !

sahid

ଶାହିଦ୍ କପୁର ଏବଂ ମୀରା ରାଜପୁତ ଏମିତି ଦମ୍ପତି ଯାହାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ ଏବଂ ସେମାନଙ୍କର ଆରେଞ୍ଜ୍ ମ୍ୟାରେଜ୍‌ର ମଧ୍ୟ ଖୁବ୍ ପ୍ରଶଂସା କରାଯାଏ। ଉଭୟେ ୭ ଜୁଲାଇ, ୨୦୧୫ରେ ବିବାହ କରିଥିଲେ ଏବଂ ୧୩ ବର୍ଷର ବୟସ ଅନ୍ତର ଥାଇ ମଧ୍ୟ ସେମାନେ ସମସ୍ତଙ୍କ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛନ୍ତି। ମୀରା ଜଣେ ଗୃହିଣୀ ଏବଂ ଦୁଇ ସନ୍ତାନ – ମୀଶା ଏବଂ ଜେ଼ନ୍ କପୁରଙ୍କ ମା’। ସେ ଶାହିଦ୍‌ଙ୍କର ସବୁଠାରୁ ବଡ଼ ସମର୍ଥକ ରହିଛନ୍ତି, କିନ୍ତୁ ନିକଟରେ ଜଣେ ରେଡିଟର୍ ଏକ ଅନଲାଇନ୍ ଥ୍ରେଡରେ ମୀରା ଅହଂକାରୀ ଏବଂ ଗର୍ବୀ ବୋଲି କହିଛନ୍ତି । ତାଙ୍କ କଥାକୁ ସମର୍ଥନ କରି ଅନ୍ୟକିଛି ରେଡିଟର୍ ମଧ୍ୟ ମିରାଙ୍କ ନେଇ ତାଙ୍କ ଅନୁଭବ କଥା ସେୟାର କରିଛନ୍ତି ।

ଜଣେ ନେଟିଜନ୍ ‘ଜର୍ସି’ ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ୧,୫୦୦ ଟଙ୍କାର ବିଲ୍ ନେଇ ହୋଟେଲ କର୍ମଚାରୀଙ୍କ ସହ ତାଙ୍କର ଅସଭ୍ୟ ବ୍ୟବହାରର ଅନେକ ଉଦାହରଣ ସେୟାର କରିଛନ୍ତି। ୨୦୧୭ରେ ଶାହିଦ୍ କପୁର କଫି ଉଇଥ୍ କରଣ ସେଟ୍‌ରେ ମୀରା ରାଜପୁତଙ୍କୁ ନିଜର ବେଟର୍ ହାଫ୍ ଭାବେ ପରିଚୟ ଦେଇଥିଲେ। ରେଡିଟ୍‌ରେ ଜଣେ ନେଟିଜନ୍ ନିଶ୍ଚିତ କରିଛନ୍ତି ଯେ ମୀରା ଗର୍ବୀ । କାରଣ ମୀରା ଯେଉଁ ଗ୍ୟାଲେରୀ ବୁଥ୍‌ର ଇଣ୍ଡିଆ ଆର୍ଟ ଫେୟାର୍‌ରେ କାମ କରୁଥିଲେ,ସେଠାରେ ସେ ମଧ୍ୟ କାମ କରୁଥିଲେ ।

ଶାହିଦ୍ କପୁରଙ୍କ ପତ୍ନୀଙ୍କୁ କ’ଣ କ’ଣ କୁହାଗଲା?
ସେହି ବ୍ୟକ୍ତି ଆଗକୁ କହିଛନ୍ତି ଯେ ଗୋଟିଏ ସ୍ଥାନରେ ତାଙ୍କର ମୀରାଙ୍କ ସହ ଭେଟ ହୋଇଥିଲା । ମୀରାଙ୍କ ସହିତ ତାଙ୍କ ଆଖି ମିଶିଥିଲା ଓ ସେ ତାଙ୍କୁ ଦେଖି ହସିଥିଲେ । କିନ୍ତୁ ମୀରା ତାଙ୍କୁ ନଦେଖିଲା ଭଳି ଆଖି ବୁଲାଇ ଦେଇଥଇଲେ । ସେହିଭଳି ମୀରାଙ୍କ ସହ ଲେଡି ଶ୍ରୀ ରାମ କଲେଜରେ ପଢୁଥିବା ଜଣଏ ୟୁଜର ତାଙ୍କୁ ଗର୍ବୀ ଓ ଦୁଷ୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୀରା ଗରିବ ଝିଅମାନଙ୍କୁ ମଜାକ ଉଡ଼ାଉଥିଲେ। ସେମାନଙ୍କ ପୋଷାକ, କେଶ ଏବଂ ଇଂରାଜୀ ଉଚ୍ଚାରଣର ମଜାକ କରୁଥିଲେ।

ମୀରା, ଗର୍ବୀ ଓ ଦୁଷ୍ଟ
ନେଟିଜନ୍ ଆଗକୁ କହିଛନ୍ତି, ‘ମୀରାଙ୍କ ଗର୍ବୀ,ଏହା ମୁଁ ନିଶ୍ଚିତ କହିବି । ମୋର ଜଣେ ସାଙ୍ଗ ଦିଲ୍ଲୀ ଏରୋସିଟିର ଏକ ଫାଇଭ୍ ଷ୍ଟାର୍ ହୋଟେଲରେ କାମ କରୁଥିଲା। ମୀରା ଏବଂ ଶାହିଦ୍ ସେଠାରେ ଜର୍ସି ଫିଲ୍ମର ସ୍କ୍ରିନିଂ ପାଇଁ ରହିଥିଲେ। ସେ ମୋତେ କହିଥିଲା ଯେ ମୀରା ୧,୫୦୦ ଟଙ୍କାର ବିଲ୍ ପାଇଁ ହୋଟେଲ କର୍ମଚାରୀଙ୍କ ସହ ଝଗଡ଼ା କରିଥିଲେ ଏବଂ ସେଠାରେ ରହିବା ସମୟରେ ଅତ୍ୟନ୍ତ ଅସଭ୍ୟ ବ୍ୟବହାର କରିଥିଲେ, ଯେତେବେଳେ କି ଶାହିଦ୍ ନମ୍ର ଥିଲେ ଏବଂ କର୍ମଚାରୀଙ୍କ ସହ ସେଲଫି ମଧ୍ୟ ନେଇଥିଲେ।’

ଶାହିଦ୍ କପୁରଙ୍କ ସହ ବିବାହ ଉପରେ କ’ଣ କହିଲେ?
ସେ ଆଗକୁ କହିଛନ୍ତି, ‘ମୋର ସବୁଠାରୁ ନିକଟତମ ସାଙ୍ଗର ଗାର୍ଲଫ୍ରେଣ୍ଡ କଲେଜରେ ମୀରାଙ୍କ ସହ ଥିଲା। ମୀରା ବହୁତ ଗର୍ବୀ। ତାଙ୍କୁ ଲାଗିଥିଲା ଯେ ଶାହିଦ୍‌ଙ୍କ ସହ ବିବାହ କରି ସେ ବହୁତ ବଡ଼ ବାଜି ମାରିନେଇଛନ୍ତି ଏବଂ ସେ ଏହାକୁ ଲୋକଙ୍କୁ ହୀନ ଦେଖାଇବା ପାଇଁ ବ୍ୟବହାର କରିଥିଲେ।’


Leave a Reply

Your email address will not be published. Required fields are marked *